ମେଧାବୀ ଛାତ୍ରଙ୍କୁ ନାମ ଲେଖାରୁ ବଞ୍ଚିତ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯଦି କୌଣସି ମେଧାବୀ ଓ ଯୋଗ୍ୟ ଛାତ୍ରଙ୍କୁ ଭୁଲ୍‌ ନଥାଇ ନାମ ଲେଖାରୁ ବଞ୍ଚିତ କରାଯାଏ, ତା’ହେଲେ ସମ୍ପୃକ୍ତ ଛାତ୍ରର ନାମ ଲେଖାଇବା ପାଇଁ କୋର୍ଟ ଆଦେଶ ଦେଇପାରିବେ। ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖାକୁ ନେଇ କେ କୃଷ୍ଣ ଶ୍ରଦ୍ଧା ବନାମ ଆନ୍ଧ୍ର ସରକାର ଓ ଅନ୍ୟ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଅରୁଣ ମିଶ୍ର, ବିଚାରପତି ଏମ୍‌ ଆର ଶାହ, ବିଚାରପତି ବି ଆର ଗବାଇଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଯଦି କୌଣସି ମେଧାବୀ ଛାତ୍ରକୁ ବିନା ଦୋଷରେ ନାମଲେଖାରୁ ବଞ୍ଚିତ କରାଯାଏ ଏବଂ ସମ୍ପୃକ୍ତ ଛାତ୍ର ଏଥିପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥା’ନ୍ତି, ତାଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯିବ। ନଚେତ୍‌, ନ୍ୟାୟ ବାରଣ ବୋଲି ଧରିନେବାକୁହେବ। ଖଣ୍ଡପୀଠ କହିଛନ୍ତି, ମେଡିକାଲ କୋର୍ସରେ ନାମ ଲେଖାଇବା ଯେ କୌଣସି ଛାତ୍ର ଜୀବନର ମହତ୍ବପୂର୍ଣ୍ଣ ଅଧ୍ୟାୟ ଅଟେ। ଯଦି ଭୁଲ୍‌ ଯୋଗୁ ନାମଲେଖାରୁ ବଞ୍ଚିତ କରାଯିବା ମୌଳିକ ଅଧିକାରର ଊଲ୍ଲଙ୍ଘନ ଅଟେ। ଏପରିକି, କ୍ଷତିପୂରଣ ଦିଆଗଲେ ମଧ୍ୟ ତାଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର