ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ଅନେକ କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ବିଚାରପତିମାନେ ଘରେ ଥାଇ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ମାମଲାଗୁଡ଼ିକର ବିଚାର କରିବେ ବୋଲି ଜଣାପଡ଼ିଛି। ଶନିବାର ସୁଦ୍ଧା ସୁପ୍ରିମ୍‌ କୋର୍ଟର ପ୍ରାୟ ୪୪ ଜଣ କର୍ମଚାରୀଙ୍କ ନମୁନା ପଜିଟିଭ୍‌ ଆସିଥିଲା।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ବିଚାରପତିମାନେ ନିଜ ନିଜର ଘରେ ଥାଇ ଭିଡିଓ ଜରିଆରେ ଶୁଣାଣି କରିବେ। ଏତେ ଜଣ କର୍ମଚାରୀ ପଜିଟିଭ୍‌ ଆସିଥିବାରୁ ସୁପ୍ରିମ୍‌ କୋର୍ଟର ସମସ୍ତ ପ୍ରକୋଷ୍ଠଗୁଡ଼ିକୁ ସମ୍ପ୍ରତି ‘ସାନିଟାଇଜ୍‌’ କରାଯାଉଛି।

publive-image Image Courtesy of Kerala Kaumudi

ସେହି କାରଣରୁ ଆଜି ଦିନ ୧୦: ୩୦ରେ ହେବାକୁ ଥିବା ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ ଦିନ ୧୧:୩୦ରେ ଆରମ୍ଭ ହେବ। ଏହାଛଡ଼ା, ଦିନ ୧୧ଟାରେ ହେବାକୁ ଥିବା ଖଣ୍ଡପୀଠ ମଧ୍ୟାହ୍ନ ୧୨ରେ ଆରମ୍ଭ ହେବ।

ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩, ୪୦୦। ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩, ୪୦୦। ଗତବର୍ଷ ଏପ୍ରିଲ୍‌ରୁ ଭର୍ଚ୍ୟୁଆଲ୍‌ ଶୁଣାଣି କରି ଆସୁଥିବା ଶୀର୍ଷ ଅଦାଲତ ମାର୍ଚ ୧୫ ତାରିଖ ଠାରୁ ଅଦାଲତରେ ଶୁଣାଣି ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା।