ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କ ରାୟର ନକଲ ଏବେ ଓଡ଼ିଆ ଭାଷାରେ ଉପଲବ୍ଧ ହେଉଛି। ତେବେ, କେବଳ ମାତ୍ର ଓଡ଼ିଆ ନୁହେଁ ବରଂ ଓଡ଼ିଆ ସମେତ ତେଲଗୁ, ଅସମିୟା, ହିନ୍ଦୀ, କନ୍ନଡ଼, ମରାଠୀ, ବେଙ୍ଗଲୀ ଓ ତାମିଲ ପରି ୮ଟି ଆଞ୍ଚଳିକ ଭାଷାରେ ସୁପ୍ରିମ୍‌ କୋର୍ଟଙ୍କ ରାୟର ନକଲ ଗତକାଲି (ବୁଧବାର) ଠାରୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେଉଛି।

Advertisment

publive-image

ସୁପ୍ରିମ୍‌ କୋର୍ଟଙ୍କ ଆଧିକାରୀକ (ଅଫିସିଆଲ) ପୋଟାର୍ଲ (https://www.sci.gov.in/)ରେ ଏଥିପାଇଁ (VERNACULAR JUDGMENTS) ‘ଭର୍ଣ୍ଣାକୁଲାର ଜଜ୍‌ମେଣ୍ଟସ୍‌’ (ଆଞ୍ଚଳିକ ଭାଷାରେ ରାୟ) ଶୀର୍ଷକରେ ଏକ ନୂତନ ବିଭାଗ ସ୍ଥାନ ପାଇଛି। ଏବଂ ଏହିଠାରେ ହିଁ ଆଞ୍ଚଳିକ ଭାଷାରେ ସୁପ୍ରିମ୍‌ କୋର୍ଟଙ୍କ ରାୟର ନକଲ ଉପଲବ୍ଧ ହେଉଛି।

publive-image

ସୁପ୍ରିମ୍‌ କୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଦେ ଏହି ନୂତନ ବ୍ୟବସ୍ଥାକୁ ଗତ ବୁଧବାର ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ସମସ୍ତ ଅଞ୍ଚଳିକ ଭାଷାରେ ସୁପ୍ରିମ୍‌ କୋର୍ଟଙ୍କ ରାୟର ନକଲର ପ୍ରଥମ କପିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିଲେ।