ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌ଆର ଶାହଙ୍କ ସମସ୍ତ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌ଆର ଶାହଙ୍କ ସମସ୍ତ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍‌ଲାଇନ୍‌ ଶୁଣାଣି ସମୟ‌ରେ ଜଷ୍ଟିସ୍‌ ଶାହ ଆଜି ଏହା କହିଛନ୍ତି। ଆଜି ଏକ ମାମଲାର ଶୁଣାଣି ଆରମ୍ଭ ହେବାବେଳେ ଜଷ୍ଟିସ୍‌ ଶାହ ୧୪-୧୫ ମିନିଟ୍‌ ପାଇଁ ଶୁଣାଣି ସ୍ଥଗିତ ରଖିବାକୁ କହିଥିଲେ। ତାଙ୍କର ସମସ୍ତ ଭର୍ଚୁଆଲ୍‌ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସେ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟ ପରିସରରେ ଏବଂ ବାହାରେ ସଂକ୍ରମଣ ବୃଦ୍ଧି ହେବାରୁ କୋର୍ଟ କାର୍ଯ୍ୟ ଏବେ ଭର୍ଚୁଆଲ୍‌ ଭାବେ ଚାଲିଛି। ଶନିବାର ସୁଦ୍ଧା ଆସିଥିବା ତଥ୍ୟ ଅନୁଯାୟୀ ସୁପ୍ରିମକୋର୍ଟରେ ୪୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର