କଲେଜିୟମ ସୁପାରିସ୍‌କୁ ଗ୍ରହଣ କଲେନି ସରକାର: ୨ବିଚାରପତିଙ୍କ ନାମକୁ ଫେରାଇଦେଲେ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ୨ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମକୁ କଲେଜିୟମ ସୁପାରିସ୍‌ କରିଥିବା ବେଳେ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିନାହାନ୍ତି। ବରିଷ୍ଠତା ଏବଂ ଆଂଚଳିକ ପ୍ରତିନିଧିତ୍ବ ଦୃଷ୍ଟିରୁ କେନ୍ଦ୍ର ସରକାର କଲେଜିୟମ ସୁପାରିସ୍‌କୁ ଗ୍ରହଣ ନକରି ଏହାକୁ ଫେରାଇ ଦେଇଛନ୍ତି। ଏପ୍ରିଲ ୧୨ ତାରିଖ ଦିନ ସୁପ୍ରିମ୍‌ କୋର୍ଟ କଲେଜିୟମ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଅନିରୁଦ୍ଧ ବୋସ୍‌ ଏବଂ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏ ଏସ ବୋପାନ୍ନାଙ୍କ ନାମକୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାପାଇଁ ସୁପାରିସ୍‌ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ଏହି ଦୁଇ ନାମକୁ ପଦୋନ୍ନତି ପାଇଁ ଗ୍ରହଣ କରାଯିବ ନାହିଁ ବୋଲି କଲେଜିୟମକୁ ଜଣାଇ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ ୩୧ ଜଣ ବିଚାରପତିଙ୍କ ନିଯୁକ୍ତି ବ୍ୟବସ୍ଥା ଥିବା ବେଳେ ଏବେ ୨୭ ଜଣ ବିଚାରପତି ଅଛନ୍ତି।

ସମ୍ବନ୍ଧିତ ଖବର