ନୂଆଦିଲ୍ଲୀ, : ଜଷ୍ଟିସ ବ୍ରଜଗୋପାଳ ଲୋୟାଙ୍କ ମୃତ୍ୟୁ ସଂକ୍ରାନ୍ତ ସମସ୍ତ ରିପୋର୍ଟ ଆଜି ବନ୍ଦ ଲଫାପାରେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଅପରପକ୍ଷେ, ଜଷ୍ଟିସ ଲୋୟାଙ୍କ ମୃତ୍ୟୁରେ କୌଣସି ପ୍ରକାର ରହସ୍ୟ କିମ୍ବା ସନ୍ଦେହ ନାହିଁ ବୋଲି ମହାରାଷ୍ଟ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ କୁହାଯାଇଛି।
ଆଜି ମହାରାଷ୍ଟ୍ର ସରକାର ୪ଟି ମେଡିକାଲ ରିପୋର୍ଟ(ହିଷ୍ଟୋପାଥୋଲୋଜି, ଇଲେକ୍ଟ୍ରୋକାର୍ଡିଓଗ୍ରାଫି, ପୋଷ୍ଟ-ମର୍ଟମ୍ ଏବଂ ମେଡିକୋ-ଲିଗାଲ୍)କୁ ଆଧାର କରି ଉକ୍ତ ଚୂଡ଼ାନ୍ତ ରିପୋର୍ଟ ସୁପ୍ରିମ୍କୋର୍ଟଙ୍କୁ ହସ୍ତାନ୍ତର କରିଛନ୍ତି। ସେହିପରି ବିଭିନ୍ନ ଚିକିତ୍ସକଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ପରୀକ୍ଷଣ, ପୋଷ୍ଟ-ମର୍ଟମ୍ ଏବଂ ସେମାନଙ୍କ ବୟାନ ସହ ରିପୋର୍ଟରେ ଲୋୟାଙ୍କ ସମ୍ପର୍କୀୟଙ୍କ ସ୍ୱାକ୍ଷର ସମ୍ବଳିତ ବୟାନ ମଧ୍ୟ ରହିଛି। ଏହାବାଦ୍ ଲୋୟାଙ୍କ ମୃତ ଶରୀରକୁ ଲଟୁର ନେଇ ଯାଇଥିବା ଆମ୍ବୁଲାନ୍ସର ଡ୍ରାଇଭର, ଆମ୍ବୁଲାନ୍ସ ମାଲିକ ଏବଂ ଲୋୟାଙ୍କ ସହ ଥିବା ପୁଲିସ କନଷ୍ଟେବଳଙ୍କ ବୟାନ ମଧ୍ୟ ଉକ୍ତ ରିପୋର୍ଟରେ ରହିଛି। ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ନାଗପୁରର ଶରଦ ପୁଲିସ ଷ୍ଟେସନ୍ରେ ଦାଏର ହୋଇଥିବା ଦୁର୍ଘଟଣାଜନିତ ମୃତ୍ୟୁ ମାମଲାର ସମ୍ପୂର୍ଣ୍ଣ ତଦନ୍ତ ବିବରଣୀ ମଧ୍ୟ ଉକ୍ତ ରିପୋର୍ଟରେ ସ୍ଥାନିତ ହୋଇଛି।
ସୂଚନାନୁଯାୟୀ, ଲୋୟାଙ୍କ ହୃତ୍ପିଣ୍ଡକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ନାଗପୁର ସରକାରୀ ମେଡିକାଲ କଲେଜ୍ କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି। ତାଙ୍କ ଶରୀରରେ କୌଣସି କ୍ଷତ ନଥିଲା ବୋଲି ମଧ୍ୟ କୁହାଯାଇଛି। ସେହିପରି ସମସ୍ତ ଉଦ୍ୟମ ସତ୍ତ୍ୱେ ମଧ୍ୟ ତାଙ୍କୁ ବଞ୍ଚାଇ ରଖି ହେଲାନି ବୋଲି ଲୋୟା ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ମେଡିଟ୍ରିନା ହସ୍ପିଟାଲ୍ ରିପୋର୍ଟ କହୁଛି। ନାଗପୁରର ଡାଣ୍ଡେ ହସ୍ପିଟାଲ୍ର ଇସିଜି ରିପୋର୍ଟ ଅନୁଯାୟୀ ମଧ୍ୟ ଜଷ୍ଟିସ ଲୋୟାଙ୍କ ମୃତ୍ୟୁରେ କୌଣସି ପ୍ରକାର ସନ୍ଦେହ ନାହିଁ ବୋଲି ମହାରାଷ୍ଟ୍ର ଗୃହ ମନ୍ତ୍ରାଳୟ କହିଛି।
ସୁପ୍ରିମକୋର୍ଟରେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁରିପୋର୍ଟ: ମୃତ୍ୟୁ ରହସ୍ୟଜନକ ନୁହେଁ
/sambad/media/post_attachments/wp-content/uploads/2018/01/loya1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)