ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ଆଜି ଦିନ ୧୦ଟା ୩୦ ମିନିଟରେ ମହାରାଷ୍ଟ୍ର ମାମଲାର ଶୁଣାଣି କରି କହିଛନ୍ତି ଯେ ଆଗାମୀ ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ଫ୍ଲୋର ଟେଷ୍ଟ ହେବ। ଏହି ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ବୁଧବାର ଅପରାହ୍ନ ୫ଟା ସୁଦ୍ଧା ବିଧାୟକମାନଙ୍କର ଶପଥ ଗ୍ରହଣ ସମାପ୍ତ କରିବାକୁ ବି ନିର୍ଦେଶ ଦେଇଛନ୍ତିସୁପ୍ରିମ କୋର୍ଟ।
ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ ବିଧାୟକମାନଙ୍କର ଓପନ୍ ବାଲଟରେ ଆସ୍ଥା ଭୋଟ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ସମୟରେମୁଖ୍ୟମନ୍ତ୍ରୀ ଫଡନାଭିସ୍ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏବଂ ଅସ୍ଥାୟୀ ବାଚସ୍ପତି ଏହି ଆସ୍ଥା ଭୋଟ ପରିଚାଳନା କରିବେ ବୋଲି ବି ଜଣାଯାଇଛି।
image source- deccan heraldସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଶରଦ ପାୱାର-ଠାକରେଙ୍କୁ ଚକମା ଦେବାପରେ ବିଜେପି ସରକାର ଗଠନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାକୁ ନେଇ ସୁପ୍ରିମ କୋର୍ଟ ଜରୁରିକାଳୀନ ଭିତ୍ତିରେ ମାମଲାର ଶୁଣାଣି କରିଥିଲେ ମଧ୍ୟ ଗତକାଲି କୌଣସି ନିଷ୍ପତ୍ତି ଶୁଣାଇ ନଥିଲେ।
Hindustan Timesବିନା ସଂଖ୍ୟାଗରିଷ୍ଠତାରେ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାରୁ ଏହାକୁ ବିରୋଧ କରି ଶିବସେନା-ଏନସିପି-କଂଗ୍ରେସ ସର୍ବୋଚ୍ଚ ଅଦାଲତକୁ ଯାଇଥିଲେ। ବିଧାନସଭାରେ ତୁରନ୍ତ ବହୁମତ ପରୀକ୍ଷା ପାଇଁ ଦାବି କରି ଏହି ୩ ଦଳ ଆବେଦନ କରିଥିଲେ। କୋର୍ଟର ତିନି ଜଣିଆ ଖଣ୍ଡପୀଠ ଗତକାଲି ୮୦ ମିନିଟ୍ ଧରି ମାମଲାର ଶୁଣାଣି କରିବା ପରେ ରାୟ ମଙ୍ଗଳବାର ଶୁଣାଇବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Supreme-Court-Decision-on-Maharashtra_Thumbnail.jpg)