ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ନିଜ ବିରୋଧରେ ଥିବା ଅପରାଧିକ ମାମଲା ସଂକ୍ରାନ୍ତ ସୂଚନା ପ୍ରାର୍ଥିପତ୍ର ଦାଖଲ ସମୟରେ ଦେଇନଥିବାରୁ ଏନେଇ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଅପରାଧିକ ମାମଲା ସମ୍ପର୍କରେ କୌଣସି ସୂଚନା ଦେଇନଥିବାରୁ ରାଜ୍ୟ ବିଧାନସଭାରେ ତାଙ୍କ ସଭ୍ୟପଦ ରଦ୍ଦ କରିବାପାଇଁ ଆଇନଜୀବୀ ସତୀଶ ଉକେଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ୍ ଏସ କେ କୌଲ ଏବଂ କେଏମ୍ ଜୋସେଫ୍ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି ଏନେଇ ଫଡ଼ନାବିସଙ୍କୁ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ ବମ୍ବେ ହାଇକୋର୍ଟରେ ଫଡ଼ନାବିସଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ ହୋଇଥିଲେ ମଧ୍ୟ ହାଇକୋର୍ଟ ଏହି ଆବେଦନ ଖାରଜ କରିଥିଲେ। ଫଳରେ ଆବେଦନକାରୀ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ଆବେଦନକାରୀ ଦର୍ଶାଇଛନ୍ତି ଯେ ଫଡ଼ନାବିସଙ୍କ ବିରୋଧରେ ଠକେଇ ଏବଂ ମାନହାନି ଅପରାଧିକ ମାମଲା ରହିଛି। ୨୦୧୪ ନିର୍ବାଚନରେ ସତ୍ୟପାଠ ଦାଖଲ ସମୟରେ ସେ ସୂଚନା ଦେଇନଥିଲେ।
ଫଡ଼ନାବିସଙ୍କୁ ସୁପ୍ରିମକୋର୍ଟ ନୋଟିସ୍
ନାମାଙ୍କନ ବେଳେ ଅପରାଧ ମାମଲା ତଥ୍ୟ ଦେଇନଥିଲେ
/sambad/media/post_attachments/wp-content/uploads/2018/12/Fadnavis.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)