ନୂଆଦିଲ୍ଲୀ: ଭିଭିପିଏଟି ଭୋଟ୍ର ୫୦ ପ୍ରତିଶତ ଗଣତି ଦାବି କରି ୨୧ଟି ବିରୋଧୀ ଦଳ ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି ସୁପ୍ରିମ୍ କୋର୍ଟ ଏ ବାବଦରେ ନିର୍ବାଚନ କମିସନଙ୍କୁ ନୋଟିସ୍ ଜାରି କରିଛନ୍ତି। ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ବିରୋଧୀ ଦଳମାନଙ୍କ ଉଦ୍ବେଗ ସଂପର୍କରେ ଜବାବ ରଖିବାକୁ କୋର୍ଟ ନିର୍ବାଚନ କମିସନଙ୍କୁ କହିଛନ୍ତି। ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଭିଭିପିଏଟି (ଭୋଟର ଭେରିଫାଏବଲ ପେପର ଅଡିଟ୍ ଟ୍ରେଲ୍) ଦ୍ବାରା ୫୦ ପ୍ରତିଶତ ଭୋଟ୍ର ବାଧ୍ୟତାମୂଳକ ଗଣତି ଦାବି କରିଛନ୍ତି ବିରୋଧୀ ଦଳ। ଗତକାଲି ଏନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଆଜି ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ଏହି ମାମଲାରେ ମୁଖ୍ୟ ଆବେଦନକାରୀ ହେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ। ଉଲ୍ଲେଖଯୋଗ୍ୟ ଗତ ମାସରେ ମଧ୍ୟ ବିରୋଧୀଦଳମାନେ ନିର୍ବାଚନ କମିସନ୍ଙ୍କୁ ସାକ୍ଷାତ କରି ଇଭିଏମ୍ରେ ହେରଫେର ହେଉଥିବା ଅଭିଯୋଗ କରିଥିଲେ। ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି ଯେ ଚୁଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ ସମସ୍ତ ଭିଭିପିଏଟିରେ ଆସିଥିବା ସଂଖ୍ୟାକୁ ଯାଞ୍ଚ କରାଯିବା ଉଚିତ୍ । ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିବା ଦିନ ନିର୍ବାଚନ କମିସନ ସ୍ପଷ୍ଟ କରିଥିଲେ ଯେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀର କେବଳ ଗୋଟିଏ ନିର୍ବାଚନ କେନ୍ଦ୍ରର ଇଭିଏମ୍ ଏବଂ ଭିଭିପିଏଟି ଯାଞ୍ଚ କରାଯିବ। ତେବେ ବିରୋଧୀ ଦଳଗୁଡ଼ିକ ଏଥିରେ ଏକମତ ନାହାନ୍ତି। ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଭିଭିପିଏଟିର ୫୦ ପ୍ରତିଶତ ଭୋଟ୍ ଯାଞ୍ଚ ନହେଲେ ନିର୍ବାଚନୀ ପ୍ରକ୍ରିୟା ସ୍ବଚ୍ଛ ରହିବ ନାହିଁ ବୋଲି ସେମାନେ ଯୁକ୍ତି କରିଛନ୍ତି।
ଭିଭିପିଏଟି ଯାଞ୍ଚ ଆବେଦନ ମାମଲା
ନିର୍ବାଚନ କମିସନକୁ ସୁପ୍ରିମ୍ କୋର୍ଟଙ୍କ ନୋଟିସ୍
/sambad/media/post_attachments/wp-content/uploads/2019/03/supreme-court_660_020913075242-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)