ଅନଲାଇନ୍‌ ଆରଟିଆଇ ପୋର୍ଟାଲ୍‌

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ: ଅନଲାଇନ୍‌ ଆରଟିଆଇ ପୋର୍ଟାଲ୍‌ ପ୍ରତିଷ୍ଠା ନେଇ ଏକ ଆବେଦନର ଶୁଣାଣି କରିଥିବା ସୁପ୍ରିମକୋର୍ଟ ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ‌ନୋଟିସ୍‌ କରି ରିପୋର୍ଟ ମାଗିଛନ୍ତି। ସାଧାରଣ ଜନତା ଅନଲାଇନ୍‌ ମାଧ୍ୟମରେ ବିଭିନ୍ନ ବିଭାଗରୁ ସୂଚନା ପାଇବାପାଇଁ ଆବେଦନ କରିପାରିବେ ଏବଂ ଏଥିପାଇଁ ଏକ ଅନଲାଇନ୍‌ ପୋର୍ଟାଲ୍‌ ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ସ୍ବେଚ୍ଛା‌ସେବୀ ସଂସ୍ଥା ପ୍ରବାସୀ ଲିଗାଲ୍‌ ସେଲ୍‌ ଦ୍ବାରା ଆବେଦନ କରାଯାଇଥିଲା। ଜଷ୍ଟିସ୍‌ ଏନ୍‌ ଭି ରମଣାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି ଏହି ଆବେଦନର ଶୁଣାଣି କରିବା ସହ ଏହ‌ି ପ୍ରସଙ୍ଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କୁ ନୋଟିସ୍‌ କରିଛନ୍ତି।

ସମ୍ବନ୍ଧିତ ଖବର