ନୂଆଦିଲ୍ଲୀ: ବିଲକିସ ବାନୋ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଦଣ୍ଡ ଭୋଗିଥିବା ୧୧ ଦୋଷୀଙ୍କୁ କ୍ଷମା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଗୁଜରାଟ ସରକାରକୁ ନୋଟିସ୍ କରିଛନ୍ତି। ପ୍ରଧାନ ବିଚାରପତି ଏନ୍ଭି ରମଣା, ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ବିକ୍ରମ ନାଥଙ୍କ ଖଣ୍ଡପୀଠ ଗୁଜରାଟ ସରକାରଙ୍କୁ ନୋଟିସ କରି ଏହି ମାମଲାରେ ୧୧ ଦୋଷୀଙ୍କୁ ପକ୍ଷଭୁକ୍ତ କରିବାପାଇଁ କହିଛନ୍ତି। ସରକାର ଏହି ମାମଲାରେ ଜବାବ ରଖିବାପାଇଁ କୋର୍ଟ କହିଛନ୍ତି। ଆଜି ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ଗୁଜରାଟ ଆଇନ ଅଧୀନରେ ଦୋଷୀଙ୍କୁ କ୍ଷମା କରାଯାଇଛି ନା’ ଅନ୍ୟ କୌଣସି କଥା ଚିନ୍ତା କରି ସେମାନଙ୍କୁ କ୍ଷମା ଦିଆଯାଇଛି ତାହା ଉପରେ ତର୍ଜମା ହେବ। ଏ ସଂକ୍ରାନ୍ତରେ କୋର୍ଟ ସରକାରଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ ୨ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ସିପିଆଇ (ଏମ୍) ନେତା ସୁଭାଷିନୀ ଅଲି, ରେବତୀ ଲାଉଲ ଏବଂ ପୂର୍ବତନ ଦର୍ଶନଶାସ୍ତ୍ର ପ୍ରଫେସର ରୂପରେଖ ବର୍ମା ୧୧ ଦୋଷୀଙ୍କ କ୍ଷମାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ବିଲକିସ ବାନୋ ମାମଲା: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ
/sambad/media/post_attachments/wp-content/uploads/2022/02/supreme-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)