ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହେବା ବିଷୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ୍ ଦାଖଲ ହୋଇଥିଲା। ସୁପ୍ରିମକୋର୍ଟ ଏହି ପିଟିସନ୍ ଆଧାରରେ ଜୟଶଙ୍କରଙ୍କୁ ଗତକାଲି ନୋଟିସ୍ କରିଛନ୍ତି। ନିର୍ବାଚନ କମିସନ୍ ଗୁଜରାଟରେ ୨ଟି ଆସନରେ ଉପନିର୍ବାଚନ ପାଇଁ ଭିନ୍ନ ବିଜ୍ଞପ୍ତି ଜାରି କରିଥିବାରୁ ଏହାକୁ ଚ୍ୟାଲେଂଜ କରି ଆବେଦନ ହୋଇଥିଲା। ଏହି ଆବେଦନକୁ ଆଧାର କରି ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଜୟଶଙ୍କରଙ୍କୁ ନୋଟିସ୍ କରିଛନ୍ତି। ଜୟଶଙ୍କରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲ୍ଭେ ଉକ୍ତ ନୋଟିସ୍କୁ ଗ୍ରହଣ କରିଛନ୍ତି। ୨୦୧୯ରେ ଗୁଜରାଟରେ ୨ଟି ଆସନରୁ ଉପନିର୍ବାଚନ ହୋଇଥିଲା ଏବଂ ୨ଟି ଯାକ ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଜୟଶଙ୍କର ଏବଂ ଠାକୁର ଯଥାକ୍ରମେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ସ୍ମୃତି ଇରାନୀଙ୍କ ଦ୍ବାରା ଖାଲି ହୋଇଥିବା ଆସନକୁ ନିର୍ବାଚିତ ହୋଇଥିଲେ। ତେବେ ନିର୍ବାଚନ କମିସନ୍ ଉକ୍ତ ୨ଟି ଆସନରେ ନିର୍ବାଚନ ପାଇଁ ପୃଥକ୍ ନିର୍ଦ୍ଦେଶାବଳୀ ଜାରି କରିଥିବାରୁ ଏହା ବେଆଇନ ଏବଂ ଏହା ନିୟମର ଉଲ୍ଲଂଘନ କରିଛି ବୋଲି ଅଭିଯୋଗ ହୋଇଥିଲା।
ଜୟଶଙ୍କରଙ୍କୁ ସୁପ୍ରିମକୋର୍ଟ ନୋଟିସ୍
/sambad/media/post_attachments/wp-content/uploads/2020/11/gdjgdjgj4656d5g4j56d4j65jg4j65g.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)