ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁଙ୍କ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ନିଜ ଆବେଦନରେ ସେ ୨୦୧୩ ଦୁଷ୍କର୍ମ ମାମଲାରେ ନିମ୍ନ ଅଦାଲତ ତାଙ୍କୁ ଦେଇଥିବା ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି । ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦ୍ରେଶ ଓ ଅରବିନ୍ଦ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଶାରାମଙ୍କ ଓକିଲଙ୍କୁ କହିଛନ୍ତି ଯେ ଡାକ୍ତରୀ ଆଧାର ଥିଲେ ହିଁ ଏହି ପ୍ରସଙ୍ଗରେ ବିଚାର କରାଯିବ।
ଜଷ୍ଟିସ ସୁନ୍ଦ୍ରେଶ ଓ ଜଷ୍ଟିସ ଅରବିନ୍ଦଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୩ ତାରିଖକୁ ଧାର୍ଯ୍ୟ କରି କହିଛନ୍ତି, ଆମେ ନୋଟିସ୍ ଜାରି କରିବୁ, କିନ୍ତୁ କେବଳ ଡାକ୍ତରୀ ସ୍ଥିତି ଉପରେ ବିଚାର କରିବୁ।
ଏହି ମାମଲାରେ ଆଶାରାମଙ୍କ ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ପାଇଁ ଗାନ୍ଧୀନଗର ଅଦାଲତ କରିଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଅଗଷ୍ଟ ୨୯ରେ ଖାରଜ କରିଦେଇଥିଲେ। ଦଣ୍ଡାଦେଶକୁ ସ୍ଥଗିତ ରଖି ତାଙ୍କୁ ଜାମିନ ଦେବାକୁ ମନା କରି ହାଇକୋର୍ଟ କହିଥିଲେ ଯେ ଦଣ୍ଡାଦେଶ କୋହଳ କରିବା ପାଇଁ କୌଣସି ମାମଲା ହିଁ ହେଉନାହିଁ ।