ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ବିଲ୍‌କିସ୍‌ ବାନୋଙ୍କୁ ୨ ସପ୍ତାହରେ ଚାକିରି ଓ ୫୦ ଲକ୍ଷ କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ: ଗଣଦୁଷ୍କର୍ମ ପୀଡ଼ିତା ବିଲ୍‌କିସ୍‌ ବାନୋଙ୍କୁ ୨ ସପ୍ତାହ ମଧ୍ୟରେ ଚାକିରି, ୫୦ ଲକ୍ଷ କ୍ଷତିପୂରଣ ଏବଂ ତାଙ୍କ ରହିବା ବ୍ୟବସ୍ଥା କରିବାପାଇଁ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଚ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି ଗୁଜରାଟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ବାନୋଙ୍କ ଓକିଲ ଶୋଭା ଗୁପ୍ତା ଆଜି ଖଣ୍ଡପୀଠଙ୍କୁ କହିଥିଲେ, ତାଙ୍କ ମହକିଲଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଏବଂ ଚାକିରି ଦେବାପାଇଁ ଗତ ୫ ମାସ ପୂ‌ର୍ବେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା ଏଯାବତ୍‌ ତାଙ୍କୁ ମିଳିଲାନି। ଗୁଜରାଟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କୁ ୫୦ ଲକ୍ଷର କ୍ଷତିପୂରଣ ଦେଇନାହାନ୍ତି କି ଚାକିରି ଦେଇନାହାନ୍ତି ବୋଲି ବାନୋଙ୍କ ଓକିଲ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ବାନୋଙ୍କ ଓକିଲଙ୍କଠାରୁ ସବୁ କଥା ଶୁଣିବାପରେ ସୁପ୍ରିମକୋର୍ଟ ୨ ସପ୍ତାହ ମଧ୍ୟରେ ବାନୋଙ୍କୁ କ୍ଷତିପୂରଣ ଏବଂ ଚାକିରି ଦେବାପାଇଁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର