ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ୧୭ମାସ ଧରି ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ୍। ଶୁଣାଣି ପରେ ଜାମିନ୍ ପ୍ରଦାନ କଲେ ସୁପ୍ରିମକୋର୍ଟ। ଶୁଣାଣି ତିନି ଦିନ ତଳେ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ଆଜି ଜାମିନ୍ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଜାମିନ ମାମଲାରେ ହାଇକୋର୍ଟ ଏବଂ ଟ୍ରାଏଲ କୋର୍ଟ ଏକ ସୁରକ୍ଷିତ ଖେଳ ଖେଳୁଛନ୍ତି। ଦଣ୍ଡ ଦେବା ପାଇଁ ଜାମିନ ନାମଞ୍ଜୁର ହୋଇପାରିବ ନାହିଁ। କୋର୍ଟ ବୁଝିବା ଉଚିତ ଯେ ଜାମିନ ଏକ ନିୟମ ଏବଂ ଜେଲ ଏକ ଅପବାଦ।

Advertisment

କୁହାଯାଉଛି ଯେ, ତିନୋଟି ସର୍ତ୍ତରେ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପ୍ରଥମଟି ହେଉଛି ତାଙ୍କୁ ୧୦ଲକ୍ଷ ଟଙ୍କାର ମୁଚଲିକା ଦେବାକୁ ପଡିବ। ଏହା ବ୍ୟତୀତ ତାଙ୍କୁ ଦୁଇଟି ଜାମିନଦାର ଉପସ୍ଥାପନ କରିବାକୁ ପଡିବ। ତୃତୀୟ ସର୍ତ୍ତ ହେଉଛି ସେ ନିଜ ପାସପୋର୍ଟ କୋର୍ଟକୁ ଦେବେ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଭୂମିକା ଥିବା ଅଭିଯୋଗରେ ଫେବ୍ରୁଆରି ୨୬, ୨୦୨୩ ତାରିଖ ଦିନ ‘ସିବିଆଇ’ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଥିଲେ।