ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସଚିବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ବିୟନ୍ତ ସିଂହଙ୍କ ହତ୍ୟାକାରୀର କ୍ଷମା ନିଷ୍ପତ୍ତି ତ୍ୱରାନ୍ୱିତ କର

Advertisment

ଫାଶୀ ଦଣ୍ଡାଦେଶ ପାଇଥିବା ବଲୱନ୍ତ ସିଂହ ରାଜୋଆନାଙ୍କ କ୍ଷମା ଆବେଦନ ଉପରେ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମ୍‌କୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରିଛନ୍ତି।

ଫାଶୀ ଦଣ୍ଡାଦେଶ ପାଇଥିବା ବଲୱନ୍ତ ସିଂହ ରାଜୋଆନାଙ୍କ କ୍ଷମା ଆବେଦନ ଉପରେ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମ୍‌କୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରିଛନ୍ତି।

supreme court1

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶ ପାଇଥିବା ବଲୱନ୍ତ ସିଂହ ରାଜୋଆନାଙ୍କ କ୍ଷମା ଆବେଦନ ଉପରେ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମ୍‌କୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରିଛନ୍ତି। ୧୯୯୫ରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ହତ୍ୟା ମାମଲାରେ ରାଜୋଆନା ଦୋଷୀ ସାବ୍ୟସ୍ତ ହୋଇଥିଲେ। 

ଆଜି ଏହି ମାମଲାକୁ ସ୍ବତନ୍ତ୍ର ଭାବେ ରଖାଯିବା ସତ୍ତ୍ୱେ କେହି ଭାରତ ସରକାରଙ୍କ ପକ୍ଷରୁ ହାଜର ହୋଇ ନ ଥିଲେ। ପୂର୍ବ ତାରିଖରେ ସରକାରଙ୍କୁ ନିଷ୍ପତ୍ତି ନେବାକୁ ଅଧିକ ସମୟ ଦେବା ପାଇଁ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ରାଷ୍ଟ୍ରପତି କ୍ଷମା ଯାଚନା ଉପରେ ଆଜିଠାରୁ ଦୁଇ ସପ୍ତାହ ମଧ୍ୟରେ ବିଚାର କରିବାକୁ ଅନୁରୋଧ କରି ତାଙ୍କ ପାଖରେ ପ୍ରସ୍ତାବ ରଖିବାକୁ ରାଷ୍ଟ୍ରପତିଙ୍କ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରାଜୋଆନାଙ୍କ ନିଷ୍ପତ୍ତି ନ ନିଏ ତେବେ ଆମେ ଅନ୍ତରୀଣ ରିଲିଫ୍ ପାଇଁ ଆବେଦନକାରୀଙ୍କ ପ୍ରାର୍ଥନା ଉପରେ ବିଚାର କରିବୁ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୫ରେ ହେବ।

ଅନ୍ୟପକ୍ଷରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ସକାଳେ ଦିଆଯାଇଥିବା ଆଦେଶକୁ ଅପଲୋଡ୍ ନ କରିବାକୁ ଜଷ୍ଟିସ ବିଆର୍ ଗବାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଫାଇଲ୍ ରାଷ୍ଟ୍ରପତିଙ୍କ ପାଖରେ ନୁହେଁ ବରଂ ଗୃହ ମନ୍ତ୍ରଣାଳୟ ପାଖରେ ଅଛି ଏବଂ ଏହି ପ୍ରସଙ୍ଗରେ ସମ୍ବେଦନଶୀଳତା ରହିଛି। ସଲିସିଟର ଜେନେରାଲ କହିଛନ୍ତି ଯେ ସେ ସରକାରଙ୍କଠାରୁ ନିର୍ଦ୍ଦେଶ ପାଇଲା ପରେ ଶୁକ୍ରବାର କିମ୍ବା ସୋମବାର ଖଣ୍ଡପୀଠଙ୍କୁ ଜଣାଇବେ। ଆସନ୍ତା ସୋମବାର ଏହି ମାମଲାର ଶୁଣାଣି କରିବାକୁ ଜଷ୍ଟିସ୍ ଗବାଇ ରାଜି ହୋଇଛନ୍ତି। ସେପ୍ଟେମ୍ବର ମାସରେ କୋର୍ଟ ଏହି ମାମଲାରେ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କୁ ଜବାବ ମାଗିଥିଲେ। ୧୯୯୫ ମସିହା ଅଗଷ୍ଟ ୩୧ ତାରିଖରେ ଚଣ୍ଡିଗଡ଼ର ବେସାମରିକ ସଚିବାଳୟ ପ୍ରବେଶ ପଥରେ ହୋଇଥିବା ବିସ୍ଫୋରଣରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଜୁଲାଇ ୨୦୦୭ରେ ଏକ ସ୍ୱତନ୍ତ୍ର ଅଦାଲତ ରାଜୋଆନାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ମାର୍ଚ୍ଚ ୨୦୧୨ରେ ତାଙ୍କ ତରଫରୁ ସମ୍ବିଧାନର ଧାରା ୭୨ ଅଧୀନରେ କ୍ଷମା ଆବେଦନ ଦାଖଲ କରିଥିଲା। ଗତ ବର୍ଷ ମେ ୩ ତାରିଖରେ ସୁପ୍ରିମ୍‌କୋର୍ଟ ତାଙ୍କ ଫାଶୀ ଦଣ୍ଡାଦେଶକୁ ହ୍ରାସ କରିବାକୁ ମନା କରି ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe