ବିହାରର ସମସ୍ତ ସେଲ୍‌ଟର୍‌ ହୋମ୍‌ ମାମଲାକୁ ସିବିଆଇକୁ ହସ୍ତାନ୍ତର କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରମ୍‌ କୋର୍ଟ ବିହାରର ୧୬ଟିଯାକ ସେଲ୍‌ଟର୍‌ ହୋମ୍‌ର ଭ୍ରଷ୍ଟାଚାର ମାମଲା ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସେହି ସବୁ ସେଲ୍‌ଟର୍‌ ହୋମ୍‌ରେ ପିଲାମାନଙ୍କୁ ନିର୍ଯାତନା ଓ ଯୌନଉତ୍ପୀଡ଼ନ ଦିଆଯାଇଛି ବୋଲି ଅଭିଯୋଗ ଆସିଥିଲା।

ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ସୁପ୍ରିମ୍‌ କୋର୍ଟ ବିହାର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଏଥିସହ ଟିଆଇଏସ୍‌ଏସ୍‌ ତାହାର ସୋସିଆଲ୍‌ ଅଡିଟ୍‌ ରିପୋର୍ଟରେ କରିଥିବା ସମସ୍ତ ଅଭିଯୋଗକୁ ମଧ୍ୟ ସିବିଆଇ ତଦନ୍ତ କରିବ।

ବିହାରରେ ଏମିତି ୧୭ଟି ହୋମ୍‌ ରହିଛି ଏବଂ ସିବିଆଇ ମୁଜାଫର୍‌ପୁର ସେଲ୍‌ଟର୍‌ ହୋମ୍‌ ମାମଲାର ତଦନ୍ତ କରୁଛି।

ମୁଜାଫରପୁର ସେଲ୍‌ଟର୍‌ ହୋମ୍‌ ଦୁଷ୍କର୍ମ ମାମଲାର ଚାର୍ଜସିଟ୍‌ ଡିସେମ୍ବର ୭ ତାରିଖ ଦିନ ଫାଇଲ୍‌ କରାଯିବ ବୋଲି ସିବିଆଇ କହିଛି।

ଏହାଛଡ଼ା ତଦନ୍ତ ନିମନ୍ତେ ଏ ସମସ୍ତ ମାମଲା ଗ୍ରହଣ କରିବାରେ କୌଣସି ଆପତ୍ତି ନାହିଁ ବୋଲି ସିବିଆଇ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛି।

ସମ୍ବନ୍ଧିତ ଖବର