ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସଂକ୍ରମଣ ପରୀକ୍ଷାକୁ ନେଇ ସୁପ୍ରିମ୍ କୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। କୌଣସି ବ୍ୟକ୍ତି କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ପରୀକ୍ଷା ମାଗଣାରେ ହେବା ଉଚିତ ବୋଲି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ସରକାର କରୋନା ଟେଷ୍ଟିଂ ପାଇଁ ମୂଲ୍ୟ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଆଗରୁ ଜାରି କରିଛନ୍ତି। ଘରୋଇ ଲ୍ୟାବ୍ଗୁଡ଼ିକରେ କରୋନା ଟେଷ୍ଟିଂ ପାଇଁ ସର୍ବାଧିକ ମୂଲ୍ୟ ୪୫୦୦ ଟଙ୍କା ରଖିବା ପାଇଁ ସରକାର ସୁପାରିସ କରିଥିଲେ। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର) ପକ୍ଷରୁ କୋଭିଡ ୧୯ ଯାଞ୍ଚକୁ ଦୃଷ୍ଟିରେ ରଖି ଘରୋଇ ଲ୍ୟାବ୍ଗୁଡ଼ିକୁ ଏଥିପାଇଁ ଅନୁମତି ଦେଇଥିଲେ। ମାର୍ଚ୍ଚ ୨୧ ତାରିଖ ରାତିରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଥିଲେ। ସନ୍ଦିଗ୍ଧ ରୋଗୀଙ୍କ ସ୍କ୍ରିନିଂ ଟେଷ୍ଟ ପାଇଁ ୧୫ ଶହ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଯଦି ସ୍କ୍ରିନିଂ ଟେଷ୍ଟରେ ପରିଣାମ ପଜିଟିଭ ଆସିଲା ତା'ହେଲେ ଏହାକୁ ସୁନିଶ୍ଚିତ କରିବା ପାଇଁ ଟେଷ୍ଟିଂ କଲେ ଏଥିପାଇଁ ସର୍ବାଧିକ ୩ ହଜାର ଟଙ୍କା ହିଁ ନିଆଯାଇ ପାରିବ ବୋଲି ପୂର୍ବରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା। ଏବେ ସୁପ୍ରିମ୍ କୋର୍ଟ ଏହି ପରୀକ୍ଷାକୁ ସଂପୂର୍ଣ୍ଣ ମାଗଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏହା ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତିର କାରଣ ହେବ ବୋଲି କୁହାଯାଉଛି। ଲୋକେ ଘରୋଇ ଲ୍ୟାବ୍ରେ ମଧ୍ୟ ମାଗଣାରେ ଏହି ଟେଷ୍ଟିଂ କରାଇବେ ଏବଂ ଏ ବାବଦ ଖର୍ଚ୍ଚ ସରକାର ସରକାର ଭରଣା କରନ୍ତୁ ବୋଲି କୋର୍ଟ କହିଛନ୍ତି।
କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ : କରୋନା ପରୀକ୍ଷା ମାଗଣାରେ ହେଉ
ଘରୋଇ ଲ୍ୟାବ୍ରେ ବି ମାଗଣା ପରୀକ୍ଷା
/sambad/media/post_attachments/wp-content/uploads/2019/12/Supreme-Court-of-India.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)