ମାୟାବତୀଙ୍କୁ ଝଟ୍କା : ନିଜ ପ୍ରତିମୂର୍ତ୍ତି ଓ ହାତୀ ପ୍ରତିମୂର୍ତ୍ତି ନିର୍ମାଣରେ ଖର୍ଚ୍ଚ ହୋଇଥିବା ଅର୍ଥ ଫେରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ମାୟାବତୀଙ୍କୁ ସମାଲୋଚନା କରିଛନ୍ତି । ନିଜ ପ୍ରତିମୂର୍ତ୍ତି ଓ ହାତୀ ପ୍ରତିମୂର୍ତ୍ତି ତିଆରିରେ ଯେତିକି ଅର୍ଥ ଖର୍ଚ୍ଚ କରିଛନ୍ତି ସେସବୁକୁ ଫେରସ୍ତ କରିବା ଦରକାର ବୋଲି କୋର୍ଟ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କହିଛନ୍ତି କି ଜନତାର ଟଙ୍କାରେ ମୂର୍ତ୍ତି ନିର୍ମାଣ କରାଯାଇଥିବାରୁ ଟଙ୍କା ସରକାରୀ କୋଷରେ ଦାଖଲ କରିବା ଉଚିତ ମାୟାବତୀ । ଆସନ୍ତା ୨ ଏପ୍ରିଲରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମୂର୍ତ୍ତି ସ୍ଥାପନକୁ ନେଇ ସୁପ୍ରିମକୋର୍ଟରେ ଗତ ୨୦୦୯ ମସିହାରେ ଆବେଦନ କରାଯାଇଥିଲା ।
ୟୁପିରେ ବିଏସପି ଶାସନକାଳ ସମୟରେ ଅନେକ ପାର୍କରେ ବିଏସପି ସଂସ୍ଥାପକ କାଂଶୀରାମ, ମାୟାବତୀ ଓ ହାତୀ ପ୍ରତିକୃତି ନିର୍ମାଣ କରାଯାଇଥିଲା । ଗତ ୨୦୧୫ ମସିହାରେ ୟୁପି ସରକାରଙ୍କୁ ଏହା ଉପରେ ହୋଇଥିବା ଖର୍ଚ୍ଚର ହିସାବ ମାଗିଥିଲେ ସର୍ବୋଚ୍ଚ ଅଦାଲତ । ସୂଚନା ଅନୁଯାୟୀ ଏହି ନିର୍ମାଣରେ ୬ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।