ନୂଆଦିଲ୍ଲୀ: ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିବା ବ୍ୟବସାୟୀ ସାନା ସତୀଶ ବାବୁଙ୍କୁ ପୁଲିସ୍ ସୁରକ୍ଷା ଯୋଗାଇ ଦେବାପାଇଁ ଆଜି ସୁପ୍ରିମ୍ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ୫ କୋଟିର ଲାଞ୍ଚ ଅଭିଯୋଗ ଆଣିବା ଓ ତାଙ୍କ ଅଭିଯୋଗ ଆଧାରରେ ଆସ୍ଥାନାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହେବାପରେ ତାଙ୍କ ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ସେ ସୁପ୍ରିମ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର କରି ଆଜି ସୁପ୍ରିମ୍ କୋର୍ଟ ବ୍ୟବସାୟୀ ସାନା ସତୀଶ ବାବୁଙ୍କୁ ପୁଲିସ୍ ସୁରକ୍ଷା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ, ଏହି ମାମଲାର ତଦନ୍ତରେ ସହାୟତା କରିବା ପାଇଁ ସିବିଆଇର ତଦନ୍ତକାରୀ ଅଧିକାରୀମାନେ ବ୍ୟବସାୟୀ ସାନା ସତୀଶ ବାବୁଙ୍କ ଉପରେ ଯେଉଁ ନୋଟିସ୍ ଜାରି କରିଛନ୍ତି, ତା’ ଉପରେ ରହିତାଦେଶ ଜାରି କରିବା ସେ କରିଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ଖାରଜ କରି ଦେଇଛନ୍ତି।
/sambad/media/post_attachments/wp-content/uploads/2018/10/Sc.jpg)
ସ୍ୱତନ୍ତ୍ର ନିର୍ଦ୍ଦେଶକ ଆସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିବା ସିବିଆଇ ଡିଏସ୍ପି ଅଜୟ ବସି ବଦଳି ଆଦେଶ ବିରୋଧରେ ସୁପ୍ରିମ୍ କୋର୍ଟର ଦ୍ୱାରସ୍ଥ
ଅନ୍ୟପକ୍ଷରେ, ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଆଗତ ୫ କୋଟିର ଲାଞ୍ଚ କାରବାର ସଂପର୍କରେ ତଦନ୍ତ କରୁଥିବା ସିବିଆଇର ଡିଏସ୍ପି ଅଜୟ ବସିଙ୍କୁ ଆଣ୍ଡାମାନ୍ର ପୋର୍ଟ ବେଲୟାରକୁ ବଦଳି କରାଯାଇ ଥିବାରୁ ସେ ଏହା ବିରୋଧରେ ସୁପ୍ରିମ୍ କୋର୍ଟରେ ଏକ ମାମଲା ଆଗତ କରିବା ସହ ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। ତେବେ, ସୁପ୍ରିମ୍ କୋର୍ଟ ଆଜି ଡିଏସ୍ପି ଅଜୟ ବସିଙ୍କ ପକ୍ଷରୁ ଆଗତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିବା ବେଳେ ଏହି ମାମଲାର ଶୁଣାଣି ଜରୁରିକାଳୀନ ଭିତ୍ତିରେ ହୋଇପାରିବ ନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/CBI1-1.jpg)