ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖ୍ତାର ଅନ୍ସାରୀଙ୍କୁ ପଞ୍ଜାବର ରୋପାର ଜେଲ୍ରୁ ଉତ୍ତର ପ୍ରଦେଶର ବନ୍ଦା ଜେଲ୍କୁ ପଠାଇବା ପାଇଁ ପଞ୍ଜାବ ସରକାରଙ୍କୁ ସୁପ୍ରିମ୍କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଦୁଇ ସପ୍ତାହ ମଧ୍ୟରେ ଅନ୍ସାରୀଙ୍କୁ ଉତ୍ତର ପ୍ରଦେଶକୁ ସ୍ଥାନାନ୍ତର କରାଯିବ। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଇଥିବା ପିଟିସନ୍କୁ ଭିତ୍ତି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯୋଗୀ ସରକାର ଅଦାଲତଙ୍କୁ ଅବଗତ କରାଇଥିଲେ ଯେ ମୁଖ୍ତାରଙ୍କ ବିରୋଧରେ ଏକାଧିକ ଗୁରୁତର ଅପରାଧିକ ମାମଲା ବିଚାରାଧୀନ ରହିଛି। ୟୁପିର ମାଉ ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ହୋଇଥିବା ମୁଖ୍ତାର ଦୁଇବର୍ଷ ହେଲା ରୋପାର ଜେଲ୍ରେ ଅଛନ୍ତି। ବଟି ଆଦାୟ ମାମଲାରେ ତାଙ୍କୁ ପଞ୍ଜାବ ପୁଲିସ ହେପାଜତକୁ ପଠାଯାଇଥିଲା। ତାଙ୍କୁ ସୁରକ୍ଷା ଦେବା ପାଇଁ ପଞ୍ଚାବ ସରକାର ମିଥ୍ୟା ମେଡିକାଲ କାରଣ ଦର୍ଶାଉଛନ୍ତି।
ପଞ୍ଜାବ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ, ଦୁଇ ସପ୍ତାହ ମଧ୍ୟରେ ମୁଖ୍ତାର ଅନ୍ସାରୀଙ୍କୁ ୟୁପି ଜେଲ୍ ପଠାଅ
/sambad/media/post_attachments/wp-content/uploads/2020/10/Supreme_Court_Oct26_aj4OuR7_202010.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)