ଗୁଜୁରାଟ ଦଙ୍ଗା: ଗଣଦୁଷ୍କର୍ମ ପୀଡ଼ିତା ବିଲ୍‌କିସ୍‌ ବାନୋଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସରକାରୀ ଚାକିରି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୨୦୦୨ ମସିହା ଗୁଜୁରାଟ ଦଙ୍ଗାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲ୍‌କିସ୍‌ ବାନୋଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ବାନୋଙ୍କୁ ଏକ ସରକାରୀ ଚାକିରି ପ୍ରଦାନ କରିବାକୁ ସର୍ବୋଚ୍ଚ  ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୨ ମସିହା ଗୁଜୁରାଟ ଦଙ୍ଗାରେ ୧୧ ଜଣ ମିଶି ବିଲ୍‌କିସ୍‌ ବାନୋ ସହ ଦୁଷ୍କର୍ମ କରିଥିଲେ। ସେ ସମୟରେ ବିଲ୍‌କିସ୍‌ଙ୍କୁ ୧୯ ବର୍ଷ ବୟସ ହୋଇଥିଲା। ଗଣଦୁଷ୍କର୍ମ ପରେ ସେ ଗର୍ଭବତୀ ହୋଇଥିଲେ। ବାନୋଙ୍କ ୩ ବର୍ଷିଅ ଶିଶୁ ସମେତ ପରିବାରର ୧୪ ଜଣ ସଦସ୍ୟଙ୍କ ଜୀବନ ସେହି ଦଙ୍ଗାରେ ଚାଲି ଯାଇଥିଲା।

ଏହି ମାମଲାର ବିଚାର କରି ନିକଟରେ ବମ୍ବେ ହାଇକୋର୍ଟ ଜଣେ ଆଇପିଏସ୍‌ ଅଧିକାରୀଙ୍କ ସମେତ ୪ ଜଣ ପୁଲିସ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବାନୋଙ୍କ ଦୁଷ୍କର୍ମ ମାମଲାର ଉପଯୁକ୍ତ ତଦନ୍ତ କରୁ ନଥିବା ହେତୁ ବମ୍ବେ ହାଇକୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ୫ ପୁଲିସ୍‌ କର୍ମୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବରୁ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର