ନୂଆଦିଲ୍ଲୀ : ନୋଏଡ଼ାଭିତ୍ତିକ ରିଅଲ୍ ଇଷ୍ଟେଟ୍ କମ୍ପାନି ଆମ୍ରପାଲି ଗ୍ରୁପ୍କୁ ଆଜି ସୁପ୍ରିମ୍ କୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। କମ୍ପାନିକୁ ସର୍ବୋଚ୍ଚ ଅଦାଲତ ପକ୍କା ମିଛୁଆ ବୋଲି ମଧ୍ୟ କହିଛନ୍ତି। ଏଥିସହ ଭାରତରେ ଥିବା ଗ୍ରୁପ୍ର ପଞ୍ଚତାରକା ହୋଟେଲ୍, ସିନେମା ହଲ୍, ମଲ୍ ଓ ଫାକ୍ଟୋରି ଆଦିକୁ ଜବତ କରି ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି। ଏହାବ୍ୟତୀତ ବିଚାରପତି ଅରୁଣ ମିଶ୍ର ଏବଂ ୟୁ ୟୁ ଲଲିତ୍ଙ୍କ ଖଣ୍ଡପୀଠ ନୋଏଡ଼ା ଓ ଗ୍ରେଟର୍ ନୋଏଡ଼ାରେ ଥିବା ୪ଟି ବିଶାଳ କର୍ପୋରେଟ୍ କାର୍ଯ୍ୟାଳୟକୁ ମଧ୍ୟ ଜବତ କରି ବିକିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡେଟ୍ ରିକଭରି ଟ୍ରିବ୍ୟୁନାଲ୍ (ଡିଆର୍ଟି)କୁ ଏହି ସମ୍ପତ୍ତି ବିକ୍ରି କାର୍ଯ୍ୟ ତୁଲାଇବା ପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଆମ୍ରପାଲି ଗ୍ରୁପ୍ ଏହାର କ୍ରେତାଙ୍କୁ ୪୨,୦୦୦ ଫ୍ଲାଟ୍ର ପଜେସନ୍ ଦେବାରେ ଖିଲାପ କରିଥିଲା। ଗ୍ରାହକମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ଗ୍ରାହକଙ୍କୁ ସେମାନଙ୍କ ଫ୍ଲାଟ୍ ଶୀଘ୍ର ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗ୍ରୁପ୍ ଏଥିରେ ବାରମ୍ବାର ଖିଲାପ କରିଥିଲା। ଆଜି ନ୍ୟାୟାଳୟ କମ୍ପାନିକୁ ବିଶ୍ବର ସବୁଠୁ ବଡ଼ ଠକ ବୋଲି ଅଭିହିତ କରିଛନ୍ତି।
ଆମ୍ରପାଲିର ସମ୍ପତ୍ତି ବିକ୍ରି ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2018/12/sc.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)