ନୂଆଦିଲ୍ଲୀ : କୋଭିଡ ରୋଗୀଙ୍କୁ ଡାକ୍ତରଖାନାରୁ ନେବା ଆଣିବା କରିବା ସମୟରେ ଆମ୍ବୁଲାନ୍ସ ସେବା ପ୍ରଦାନ କରୁଥିବା ସଂସ୍ଥା ଗୁଡ଼ିକ ଅତ୍ୟଧିକ ଅର୍ଥ କରୁଥିବା ବିଷୟ ଜାଣିବା ପରେ ସୁପ୍ରିମ କୋର୍ଟ ଆଜି ଉଦବେଗ ପ୍ରକାଶ କରିଛନ୍ତି। ଆମ୍ବୁଲାନ୍ସ ସେବା ପ୍ରଦାନ ପାଇଁ ଉପଯୁକ୍ତ ଭଡ଼ା ଧାର୍ଯ୍ୟ କରିବା ପାଇଁ ରାଜ୍ୟଗୁଡ଼ିକୁ ଏହି ମର୍ମରେ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ କରୋନା ରୋଗୀଙ୍କୁ ଯେଭଳି ଉପଯୁକ୍ତ ଆମ୍ବୁଲାନ୍ସ ସେବା ମିଳିପାରିବ ସେ ସଂପର୍କରେ ନିର୍ଦ୍ଦେଶ ବା ରାୟ ଦେବା ଲାଗି ହୋଇଥିବା ଏକ ଆବେଦନର ଶୁଣାଣି କରିବା ସମୟରେ ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପାଇଁ ପୂର୍ବରୁ ଏ ନେଇ ଜାରି ହୋଇଥିବା ନିର୍ଦ୍ଦେଶାବଳିକୁ ମାନିବାକୁ ରାଜ୍ୟ ସରକାରଗୁଡ଼ିକ ବାଧ୍ୟ ବୋଲି ସୁପ୍ରିମ କୋର୍ଟ କହିବା ସହିତ କୋଭିଡ ପଜିଟିଭ ରୋଗୀଙ୍କୁ ଡାକ୍ତରଖାନା ନେବାଆଣିବା ପାଇଁ ରାଜ୍ୟ ସରକାରମାନେ ପର୍ଯ୍ୟାପ୍ତ ସଂଖ୍ୟକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାକୁ ଆମ୍ବୁଲାନ୍ସ ଦେବାକୁ ଅଦାଲତ କହିଛନ୍ତି।
ରାଜ୍ୟଗୁଡ଼ିକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ : କୋଭିଡ ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସର ଉପଯୁକ୍ତ ଭଡ଼ା ଧାର୍ଯ୍ୟ କର
/sambad/media/post_attachments/wp-content/uploads/2020/08/supreme-court-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)