ନୂଆଦିଲ୍ଲୀ: ସମ୍ଭଲ ଶାହି ଜାମା ମସ୍‌ଜିଦ୍‌ ମାମଲାରେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହାସହିତ ହିନ୍ଦୁ ଆବଦେନକାରୀଙ୍କଠାରୁ ଏନେଇ ଜବାବ ମାଗିଛନ୍ତି। ଜଷ୍ଟିସ ପି.ଏସ୍‌. ନରସିଂହ ଏବଂ ଏଏସ୍‌ ଚନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ମସ୍‌ଜିଦ୍‌ କମିଟି ପକ୍ଷରୁ ଆଡଭୋକେଟ ହୁଜେଫା ଅହମ୍ମଦିଙ୍କ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟଙ୍କ  ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା। ଶାହି ମସଜିଦ ଉପାସନା‌ ସ୍ଥଳ ଆଇନ ପରିସରଭୁକ୍ତ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ବିଚାର କରିବାକୁ ମୁସଲିମ ପକ୍ଷରୁ କୁହାଯାଇଥିଲା। 

Advertisment

ତେବେ ସୁପ୍ରିମକୋର୍ଟ ଏହାକୁ ଉପାସନ ସ୍ଥଳ  ଆଇନ ସମ୍ପର୍କିତ ଆବେଦନଗୁଡ଼ିକ ସହିତ ବିଚାର କରିବେ କି ବୋଲି ପଚାରିଥିଲେ। ହିନ୍ଦୁ ପକ୍ଷରୁ ଆଡଭୋକେଟ ବିଷ୍ଣୁ ଶଙ୍କର ଜୈନଙ୍କ ପକ୍ଷରୁ କୁହାଯାଇଥିଲା  ଯେ ସମ୍ଭଲ ମସ୍‌ଜିଦ୍ ଏଏସ୍‌ଆଇ ସଂରକ୍ଷିତ  ଏବଂ ଏହି ଆଇନ ପରିସର ବାହାରେ ଆସୁଛି। ତେବେ ଖଣ୍ଡପୀଠ ସୋମବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି ରଖିବା ଏବଂ ହିନ୍ଦୁ ପକ୍ଷର ଜବାବ ପରେ ଶୁଣାଣି କରି‌ବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମସଜିଦ କମିଟି ପକ୍ଷରୁ ଜାମା ମସଜିଦ ଓ ହରିହର ମନ୍ଦିର ବିବାଦ ମଧ୍ୟରେ ସର୍ବେକ୍ଷଣ କରିବାକୁ ସମ୍ଭଲ କୋର୍ଟଙ୍କ ନିର୍ଦେଶକୁ ରଦ୍ଦ କରିବାକୁ ହାଇକୋର୍ଟରେ କରାଯାଇଥିବା‌ ଆବେଦନ ପୂର୍ବରୁ ଖାରଜ ହୋଇଯାଇଥିଲା।