ହାଇଦ୍ରାବାଦ: ହାଇଦ୍ରାବାଦରେ ପ୍ରାଣୀ ଚିକିତ୍ସା ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ହୋଇଥିବା ଚାରି ଜଣଙ୍କ ଏନକାଉଣ୍ଟର ଘଟଣାର ଅନୁସନ୍ଧାନ ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଗଠିତ ତିନିଜଣିଆ ପ୍ୟାନେଲଙ୍କ ନିକଟରେ ୧୩୬୫ଟି ସତ୍ୟପାଠ (ଆଫିଡେଭିଟ୍‌) ଦାଖଲ ହୋଇଥିବା ଜାଣିବା ପାଇଁ ମିଳିଛି।
ଗତ ଫେବ୍ରୁଆରିରେ ଜାରି କରାଯାଇଥିବା ବିଜ୍ଞପ୍ତିର ଉତ୍ତରରେ ଆୟୋଗଙ୍କ କାର୍ଯ୍ୟାଳୟ ୧୩୬୫ଟି ଆଫିଡେଭିଟ୍‌ ଗ୍ରହଣ କରିଛି ବୋଲି ଶୁକ୍ରବାର ଦିନ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

Advertisment

ମାର୍ଚ୍ଚ ୨ ତାରିଖରେ ‘ଏନକାଉଣ୍ଟର’ରେ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ପରିବାରର ସଦସ୍ୟ ସେମାନଙ୍କ ଆଫିଡେଭିଟ୍‌ ଦାଖଲ କରିଥିବାବେଳେ ଏହି ଘଟଣାରେ ସମ୍ପୃକ୍ତ ପୁଲିସ୍‌ କର୍ମଚାରୀଙ୍କ ଆଫିଡେଭିଟ୍‌ ଜୁନ୍‌ ୧୫ ତାରିଖରେ ଗ୍ରହଣ କରାଯାଇଥିଲା।

publive-image Rediff

ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଭି ଏସ୍‌ ସିରପୁରକରଙ୍କ ନେତୃତ୍ୱରେ ନ୍ୟାୟିକ ଆୟୋଗ ଫେବ୍ରୁଆରି ୩ରେ ଏହାର ପ୍ରଥମ ବୈଠକ କରିଥିଲେ। କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ଘଟଣା ସହିତ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ନିଜ ନିଜର ଆଫିଡେଭିଟ୍‌ ଦାଖଲ କରିବାକୁ କୁହାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏହି ଚାରି ଅଭିଯୁକ୍ତଙ୍କୁ ଗତ ବର୍ଷ ନଭେମ୍ବର ୨୯ରେ ମହିଳା ପଶୁ ଚିକିତ୍ସକଙ୍କୁ ଅପହରଣ କରିନେବା ଏବଂ ପରେ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିବା ଏବଂ ପରେ ହାଇଦ୍ରାବାଦ ନିକଟ ଛତିପାଲ୍ଲୀରେ ମୃତଦେହ ପୋଡି ଦେବା ଅଭିଯୋଗରେ ଗିରଫ କରାଯାଇଥିଲା।
ହେଲେ, ଡିସେମ୍ବର ୬ ତାରିଖରେ ସାଇବରାବାଦ ପୁଲିସ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରୁଥିବା ବେଳେ ଦୁଇଜଣ ଅଭିଯୁକ୍ତ ପୁଲିସ୍‌ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇବା ପରେ ସେମାନଙ୍କ ଉପରେ ପଥର ଓ ବାଡିରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଦୁଇଜଣ ପୁଲିସ୍‌ ଆହତ ହୋଇଥିଲେ। ପରେ ପୁଲିସ୍‌ ନିଜର ଆତ୍ମରକ୍ଷା ପାଇଁ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରି ହତ୍ୟା କରିଥିଲା।