୪ ଜଣଙ୍କୁ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୨୦୦୨ ମସିହାର ନରୋଦା-ପଟିୟା ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରା ହୋଇଥିବା ଦଣ୍ଡାଦେଶକୁ ବିବାଦୀୟ କହି ଆଜି ସୁପ୍ରିମକୋର୍ଟ ୪ ଦୋଷୀଙ୍କୁ ଜାମିନ ମଂଜୁର କରିଛନ୍ତି। ଜଷ୍ଟିସ ଏ ଏମ୍‌ ଖାନ୍‌ୱିଲକରଙ୍କ ନେତୃତ୍ବ‌ରେ ଗଠିତ ଖଣ୍ଡପୀଠ ୪ ଦୋଷୀ ଉମେଶଭାଇ ଭରୱାଡ଼, ରାଜକୁମାର, ପଦ୍ମେନ୍ଦ୍ରସିଂହ ଯଶବନ୍ତସିଂହ ରାଜପୁତ ଏବଂ ହରଷଦଙ୍କୁ ଜାମିନ ମଂଜୁର କରିଛନ୍ତି। ୨୦୦୨ ଫେବ୍ରୁଆରି ୨୮ରେ ଅହମଦାବାଦ୍‌ର ନରୋଦା ପଟିୟାରେ ହୋଇଥିବା ଦଙ୍ଗାରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର ଥିଲେ।

ସମ୍ବନ୍ଧିତ ଖବର