ଆସନ୍ତାକାଲି ମହାରାଷ୍ଟ୍ର ସରକାର ଗଠନ ମାମଲା ଉପରେ ସୁପ୍ରିମକୋର୍ଟ କରିବେ ଶୁଣାଣି, ୩ ଦଳ ପକ୍ଷରୁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନୂତନ ସରକାର ଗଢ଼ିବା ପ୍ରସଙ୍ଗ ଶନିବାର ସୁପ୍ରିମକୋର୍ଟରେ ପହଂଚିଛି। ସୁପ୍ରିମକୋର୍ଟରେ ଶିବସେନା, କଂଗ୍ରେସ ଓ ଏନସିପି ଆବେଦନ କରି ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋସିୟାରୀଙ୍କ ଏହି ଆଦେଶ ବାତିଲ କରିବାକୁ ଦାବି ହୋଇଛି। କାରଣ ରାଜ୍ୟପାଳ ଆଜି ସକାଳୁ ସରକାର ଗଢ଼ିବା ଲାଗି ଦେବେନ୍ଦ୍ର ଫଡନବିସଙ୍କୁ ଆମନ୍ତ୍ରଣ କରିଥିଲେ। ସୁପ୍ରିମକୋର୍ଟ ୩ ଦଳଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ପ୍ରସ୍ତୁତ ଅଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରବିବାର (ନଭେମ୍ବର ୨୪)ରେ ସୁପ୍ରିମକୋର୍ଟ ମହାରାଷ୍ଟ୍ରରେ ସରକାର ଗଢ଼ିବା ମାମଲାରେ ଶୁଣାଣି କରିବେ।

New Indian Express

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଅତି ନାଟକୀୟ ଶୈଳୀରେ ଘଟଣାକ୍ରମ ବଦଳୁଛି । ଆଜି ସକାଳେ ଅଜିତ ପାଓ୍ଵାରଙ୍କ ସହିତ ଯାଇଥିବା ୯ ଜଣ ଏନସିପି ବିଧାୟକଙ୍କ ମଧ୍ୟରୁ ୪ ଜଣ ସଂଧ୍ୟାରେ ସଂଧ୍ୟାରେ ଶରଦ ପାଓ୍ଵାରଙ୍କ ନିକଟକୁ ଫେରିଆସିଛନ୍ତି ଓ ତାଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକଟ କରିଛନ୍ତି। ଏମାନେ ହେଉଛନ୍ତି ଦିଲ୍ଲୀପ ବାଙ୍କର, ସୁନୀଲ ସେଲକେ, ସୁନୀଲ ଭୁସାରା ଓ ସଂଜୟ ଭାଂସଡେ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ରାଜ୍ୟପାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ, ଏନସିପି ଓ ଶିବସେନା। ରାଜ୍ୟପାଳଙ୍କ କାର୍ଯ୍ୟକଳାପ ପକ୍ଷପାତପୂର୍ଣ୍ଣ ଓ ସଂଦେହଜନକ ରହୁଛି ବୋଲି ସେମାନେ ନିଦର ରିଟ ପିଟିସନରେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟପାଳ ଷଡ଼ଯନ୍ତ୍ର କରୁଛନ୍ତି।

ସମ୍ବନ୍ଧିତ ଖବର