ସମୟ ନାହିଁ କହି କଶ୍ମୀର ସଂକ୍ରାନ୍ତ ସବୁ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କଶ୍ମୀର ସମ୍ବନ୍ଧରେ ଦାଏର ହୋଇଥିବା ଗୁଡ଼ାଏ ପିଟିସନ୍‌ର ଶୁଣାଣିକୁ ସୁପ୍ରିମ୍‌ କୋର୍ଟ ସୋମବାର ଦିନ ସ୍ଥଗିତ ରଖିଛନ୍ତି। ମଙ୍ଗଳବାର ଦିନ ସାମ୍ବିଧାନିକ ଖଣ୍ଡପୀଠରେ ସେଗୁଡ଼ିକର ଶୁଣାଣି କରାଯିବ।

ଶୁଣାଣି ସ୍ଥଗିତ ରଖି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଲେ ଯେ ଦୈନନ୍ଦିନ ଭିତ୍ତିରେ ଅଯୋଧ୍ୟା ମାମଲାର ଶୁଣାଣି ଚାଲିଥିବାରୁ ଅଦାଲତ ପାଖରେ ସମୟ ନାହିଁ।

ସେ କହିଲେ: ଏତେଗୁଡ଼ିଏ ମାମଲାର ଶୁଣାଣି କରିବାକୁ ଆମ ପାଖରେ ସମୟ ନାହିଁ। ଆମ ପାଖରେ ସାମ୍ବିଧାନିକ ଖଣ୍ଡପୀଠର (ଅଯୋଧ୍ୟା ବିବାଦ) ମାମଲା ରହିଛି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କଶ୍ମୀର ବାବଦ ସବୁ ମାମଲାକୁ ତାଙ୍କର ପଞ୍ଚଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠକୁ ରେଫର୍‌ କରିଛନ୍ତି।

Image Source: New India Express

ମଙ୍ଗଳବାର ଦିନ ଜଷ୍ଟିସ ଏନ୍‌ଭି ରମଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଧାରା ୩୭୦ ସମ୍ବନ୍ଧିତ ସମସ୍ତ ପିଟିସନ୍‌ର ଶୁଣାଣି କରିବେ।

ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍ଦୁଲ୍ଲାଙକୁ ଅଦାଲତରେ ହାଜର କରାଇବା ନିମନ୍ତେ ରାଜ୍ୟସଭା ସାଂସଦ ଭାଇକୋ ଦାଏର୍‌ କରିଥିବା ପିଟିସନ୍‌ର ମଧ୍ୟ ଆଉ ଶୁଣାଣି କରିବେ ନାହିଁ କହିଛନ୍ତି। ତାଙ୍କ ଓକିଲଙ୍କୁ ସୁପ୍ରିମ୍‌ କୋର୍ଟ କହିଛନ୍ତି କି, ଅବ୍ଦୁଲ୍ଲା ପବ୍ଲିକ୍‌ ସେଫ୍‌ଟି ଆକ୍ଟ୍‌ରେ ଅଟକ ଥିବାରୁ ଏମ୍‌ଡିଏମ୍‌କେ ନେତା ଭାଇକୋ ପବ୍ଲିକ୍‌ ସେଫ୍‌ଟି ଆକ୍ଟ୍‌ରେ ଅଟକ ଆଦେଶକୁ ଚାଲେଞ୍ଜ୍‌ କରିପାରିବେ।

ସମ୍ବନ୍ଧିତ ଖବର