ଓଡ଼ିଶା ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

ଓଡ଼ିଶା ମଡେଲକୁ ଅନ୍ୟ ହାଇକୋର୍ଟ ଅନୁସରଣ କରନ୍ତୁ: ସିଜେଆଇ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟଙ୍କ ପ୍ରଯୁକ୍ତି ଉପ‌ଯୋଗିତାକୁ ସୁପ୍ରିମ‌କୋର୍ଟ ପ୍ରଶଂସା କରିଛନ୍ତି। ଏହା ଦ୍ବାରା ଦୂର ତଥା ଦୁର୍ଗମ ଇଲାକାରେ ନ୍ୟାୟ ପ୍ରଦାନ ସହଜ ହୋଇଛି। ଓଡ଼ିଶା ହାଇକୋର୍ଟଙ୍କ ଏହି ପ୍ରଯୁକ୍ତି ମଡେଲକୁ ଅନ୍ୟ ହାଇକୋର୍ଟ ଆପଣାଇବା ପାଇଁ ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଆଉ ଥରେ କହିଛନ୍ତି।

ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ସଂପର୍କିତ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରକାଶିତ ରାୟରେ ଓଡ଼ିଶା ହାଇକୋର୍ଟଙ୍କ ପ୍ରଯୁକ୍ତି ଉପଯୋଗିତା ସମ୍ପର୍କରେ ଅବତାରଣ କରାଯାଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଓ ବିଚାରପତି ଜଷ୍ଟିସ ହିମା କୋହଲୀଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ। ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ପ୍ରତିଷ୍ଠା ଭର୍ଚୁଆଲ ବେଞ୍ଚ ରାଜ୍ୟର ଏକାଧିକ ସହରରେ କାର୍ଯ୍ୟକରିବ ବୋଲି ଏହି ଅବସର‌ରେ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ଭର୍ଚୁଆଲ୍‌ ବେଞ୍ଚ ସଂଖ୍ୟା ଓଡ଼ିଶା ସ୍ୟାଟ୍‌ ବେଞ୍ଚ ସଂଖ୍ୟାଠାରୁ ଅଧିକ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ମୋକଦ୍ଦମା ପକ୍ଷଭୁକ୍ତ (ଲିଟିଗାଣ୍ଟ୍‌) ସ୍ୟାଟ୍‌ ଅପେକ୍ଷା ସହଜରେ ହାଇକୋର୍ଟଙ୍କ ସହ ସମ୍ପର୍କ (ଆକସେସ୍‌) ରଖିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କରିଛନ୍ତି। ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର