ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନ: ଆଉ କେତେ ପିଢ଼ି ଧରି ସଂରକ୍ଷଣ ଚାଲିବ?

ନୂଆଦିଲ୍ଲୀ : ମରାଠା କୋଟା ମାମଲାରେ ଆଜି ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟ ଜାଣିବାକୁ ଚାହିଛନ୍ତି ଯେ ଦେଶରେ ଆଉ କେତେ ପିଢ଼ି ଧରି ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ। ଅଦାଲତ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ସ୍ଥିତିରେ ଉତ୍ପନ୍ନ ହେବାକୁ ଥିବା ଅସମାନତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠକୁ କହିଥିଲେ ଯେ ମଂଣ୍ଡଳ ମାମଲାରେ ସୁପ୍ରିମ୍‌ କୋର୍ଟ ଯେଉ ରାୟ ଦେଇଥିଲେ ପରିବର୍ତ୍ତିତ ପରିସ୍ଥିତିରେ ତାହାର ପୁନର୍ବିଚାର ହେବା ଆବଶ୍ୟକ। ସେ କହିଥିଲେ ଯେ ସଂରକ୍ଷଣ କୋଟ ଧାର୍ଯ୍ୟ କରିବା ଦାୟିତ୍ବ ରାଜ୍ୟମାନଙ୍କ ଉପରେ ଛାଡ଼ି ଦିଆଯିବା ଉଚିତ।

ସମ୍ବନ୍ଧିତ ଖବର