ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋପରେଟିଭ୍ (ପିଏମ୍ସି) ବ୍ୟାଙ୍କ୍ରେ ହୋଇଥିବା ବହୁ କୋଟି ଟଙ୍କାର ଦୁର୍ନୀତି ପରିପ୍ରେକ୍ଷୀରେ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ) ପିଏମ୍ସି ବ୍ୟାଙ୍କ୍ର ଗ୍ରାହକମାନଙ୍କ ଉପରେ ଅର୍ଥ ଉଠାଣ ଉପରେ ଯେଉଁ କଟକଣା ଲଗାଇଛନ୍ତି ସେଥିରେ ସୁପ୍ରିମ୍ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହି ଦେଇଛନ୍ତି। ଆରବିଆଇ ପକ୍ଷରୁ ଅର୍ଥ ଉଠାଣ ଉପରେ ଲଗା ଯାଇଥିବା କଟକଣାକୁ ଉଠାଇଦେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ପିଏମ୍ସି ଗ୍ରାହକମାନଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ଆଗତ କରାଯାଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏପରି କହିଛନ୍ତି।
ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍ ଏ ବୋବ୍ଦେ ଓ ଜଷ୍ଟିସ୍ ଏସ୍ ଅବଦୁଲ୍ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏମାମଲାରେ ଆବେଦନକାରୀମାନେ ସଂପୃକ୍ତ ରାଜ୍ୟର ହାଇକୋର୍ଟମାନଙ୍କରେ ଆବେଦନ କରନ୍ତୁ। ସୁପ୍ରିମ୍ କୋର୍ଟ ଏ ମାମଲାରେ ହସ୍ତକ୍ଷେପ କରିବେ ନାହିଁ।
ଉଲ୍ଲେଖଯୋଗ୍ୟ, ପିଏମ୍ସି ବ୍ୟାଙ୍କ୍ରେ ହୋଇଥିବା ବହୁ କୋଟି ଟଙ୍କାର ଦୁର୍ନୀତି ସଂପର୍କରେ ଜାଣିବା ପରେ ଆର୍ବିଆଇ ପିଏମ୍ସି ବ୍ୟାଙ୍କ୍ର ଗ୍ରାହକମାନଙ୍କ ଉପରେ ଅର୍ଥ ଉଠାଣ ଉପରେ କଟକଣା ଲଗାଇ ପ୍ରଥମେ ଗ୍ରାହକମାନେ ୧ହଜାରରୁ ଅଧିକ ଟଙ୍କା ଉଠାଇ ପାରବେ ନାହିଁ ବୋଲି କହିଥିଲେ। ପରେ, ଗ୍ରାହକମାନଙ୍କ ବିରୋଧ ପରେ ଆରବିଆଇ ଏହି ରାଶିକୁ ୪୦ ହଜାରକୁ ବୃଦ୍ଧି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/pmc-2.jpg)