ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ବିରୁଦ୍ଧରେ ଦାୟର ହୋଇଥିବା ପିଟିସନ୍କୁ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି। କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କ ପକ୍ଷରୁ କରାଯାଇଥିିବା ଆବେଦନରେ ଦାବି କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ସଭାରେ ବିଦ୍ୱେଷାତ୍ମକ ଭାଷଣ (ହେଟ୍ ସ୍ପିଚ୍) ଦେଉଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିସନଙ୍କୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ।
ଏହି ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ୍ କୋର୍ଟ ଦର୍ଶାଇଥିଲେ ଯେ ଆଗରୁ ନିର୍ବାଚନ କମିସନ୍ ଏହି ମାମଲାରେ ଉଭୟଙ୍କୁ କ୍ଲିନ୍ ଚିଟ୍ ଦେଇଥିବାରୁ ନିର୍ବାଚନ କମିସନ୍ଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବେ ନାହିଁ।
Supreme Court refuses to pass any order on the petition filed by Congress MP, Sushmita Dev, seeking direction to the Election Commission to take appropriate action against PM Narendra Modi and Amit Shah for their alleged hate speeches. pic.twitter.com/xKB8BIXHlH
— ANI (@ANI) 8 May 2019
ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ନିର୍ବାଚନ କମିସନ ୨ଟି ମାମଲାରେ କ୍ଲିନ୍ଚିଟ୍ ପ୍ରଦାନ କରିଥିଲେ। କର୍ଣ୍ଣାଟକ ଚିତ୍ରଦୁର୍ଗାରେ ପ୍ରଧାନମନ୍ତ୍ରୀ ପୁଲୱାମା ଆକ୍ରମଣ ସଂପର୍କରେ ଉଲ୍ଲେଖ କରିବା ସହ ବାଲାକୋଟ୍ ବିମାନ ଆକ୍ରମଣର ‘ହିରୋ’ମାନଙ୍କ ଉଦ୍ଦେଶ୍ୟ ଯୁବ ଭୋଟ୍ରମାନେ ସେମାନଙ୍କ ଭୋଟ୍ ଦେବାକୁ ଆହ୍ବାନ ଦେଇଥିଲେ। ଏପ୍ରିଲ ୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ବିରୋଧରେ କଂଗ୍ରେସ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିଲା।
ଏହି ମାମଲାରେ ମୋଦୀଙ୍କୁ କ୍ଲିନ୍ ଚିଟ୍ ମିଳିଥିବା ବେଳେ ଏପ୍ରିଲ ୨୩ରେ ଭୋଟ୍ ଗ୍ରହଣ ଦିନ ପ୍ରଧାନମନ୍ତ୍ରୀ ଅହମଦାବାଦରେ ରୋଡ୍ ସୋ କରିଥିବା କଂଗ୍ରେସ ଅଭିଯୋଗ କରିଥିଲା। ତେବେ ଉଭୟ ମାମଲାରେ ଦମ୍ ନାହିଁ ବୋଲି ଦର୍ଶାଇ ନିର୍ବାଚନ କମିସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ।