ପାଟ୍ନା: ବିହାରରେ ପଛୁଆ ଶ୍ରେଣୀ ପାଇଁ ୬୫ ପ୍ରତିଶତ କୋଟାକୁ ଖଣ୍ଡନ କରିଥିବା ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି।
ସୂଚନା ଥାଉ କି, ସଂରକ୍ଷଣକୁ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ବର୍ଜନ କରିବାକୁ ହାଇକୋର୍ଟଙ୍କ ଆଦେଶ ବିରୋଧରେ ବିହାର ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ।