ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ବିରୋଧରେ ତେଜ ବାହାଦୁରଙ୍କ ମାମଲା : ଶୁଣାଣି ବନ୍ଦ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରାର୍ଥୀତ୍ବକୁ ଚ୍ୟାଲେଞ୍ଜ କରି ପୂର୍ବ ବିଏସ୍‌ଏଫ ଯବାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏହି ମାମଲାରେ ଚାଲିଥିବା ଶୁଣାଣି ବନ୍ଦ କରିଦେବାକୁ ତେଜ ବାହାଦୁର ବାରମ୍ବାର ଆବେଦନ କରୁଥିଲେ। ତେବେ ସୁପ୍ରିମକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ତେଜ ବାହାଦୁରଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯିବା ମାମଲାରେ ଆହ୍ଲାବାଦ ହାଇକୋର୍ଟ ତେଜ ବହାଦୁରଙ୍କ ବିରୋଧରେ ରାୟ ଦେଇଥିଲେ। ଏହା ପରେ ତେଜ ବାହାଦୁର ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ପ୍ରଧାନ ବିଚାରପତି ଶୁଣାଣି କରି କହିଛନ୍ତି ଏହି ମାମଲାର ଯଥେଷ୍ଟ ଗୁରୁତ୍ବ ରହିଛି ଏବଂ ଶୁଣାଣି ଜାରି ରହିବ।

ସମ୍ବନ୍ଧିତ ଖବର