ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ରର ଆଇନଗତ ମାନ୍ୟତାକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ଦ୍ୱାରା ଦିଆଯାଉଥିବା ବିବାହ ପ୍ରମାଣପତ୍ରକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଜଷ୍ଟିସ ଅଜୟ ରାସ୍ତୋଗି ଏବଂ ଜଷ୍ଟିସ ବି.ଭି ନାଗରାଥନାଙ୍କୁ ନେଇ ଏକ ଖଣ୍ଡପୀଠରେ କହିଛନ୍ତି ଯେ ଆର୍ଯ୍ୟ ସମାଜର କାର୍ଯ୍ୟ ବିବାହ ପ୍ରମାଣପତ୍ର ପ୍ରଦାନ ନୁହେଁ । କେବଳ ଦକ୍ଷ ଅଧିକାରୀମାନେ ବିବାହ ପ୍ରମାଣପତ୍ର ପ୍ରଦାନ କରନ୍ତି । ଅଦାଲତରେ ଅସଲି ପ୍ରମାଣପତ୍ର ଉପସ୍ଥାପିତ ହେବା ଦରକାର । ପ୍ରେମ ବିବାହକୁ ନେଇ ଏଭଳି କଥା କୁହାଯାଉଛି । ଏକ ମାମଲାରେ ଏକ ନାବାଳିକାର ପରିବାର ତାଙ୍କୁ ଅପହରଣ ଓ ବଳାତ୍କାର ହେଇଥିବା ଅଭିଯୋଗ କରିଥିଲେ ।

ସେପଟେ ଯୁବକ ଜଣକ କହିଥିଲେ ଯେ ଝିଅକୁ ଅଠର ବର୍ଷ ହୋଇସାରିଛି ଏବଂ ସେ ନିଜ ଇଚ୍ଛାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହି ବିବାହ ଆର୍ଯ୍ୟ ସମାଜ ମଣ୍ଡପରେ ହୋଇଥିଲା । ଯୁବକ ଜଣକ ମଧ୍ୟ କେନ୍ଦ୍ରୀୟ ଭାରତ ଆର୍ଯ୍ୟ ପ୍ରତିନିଧିଙ୍କ ଦ୍ୱାରା ଦିଆଯାଇଥିବା ବିବାହ ପ୍ରମାଣପତ୍ରକୁ କୋର୍ଟରେ ଉପସ୍ଥାପନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏପ୍ରିଲରେ ଏହି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଥିଲେ । ପରେ ଜଷ୍ଟିସ କେଏମ୍ ଜୋସେଫ ଏବଂ ଜଷ୍ଟିସ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲା । ମାସେ ଭିତରେ ସ୍ୱତନ୍ତ୍ର ବିବାହ ଅଧିନିୟମ ୧୯୫୪ ର ଧାରା ୫, ୬, ୭ ଏବଂ ୮ ର ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବାକୁ ହାଇକୋର୍ଟ କହିଛନ୍ତି ।

ସମ୍ବନ୍ଧିତ ଖବର