ବ୍ଳକ୍‌ଗ୍ରାଣ୍ଟ ଶିକ୍ଷକଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ନବୀନ ସିହାଙ୍କ ଖଣ୍ଡପୀଠଙ୍କ ଦ୍ବାରା ଆବେଦନଗୁଡ଼ିକ ଖାରଜ ହୋଇଛି। ୨୦୧୭ର ଗ୍ରାଣ୍ଟ-ଇନ୍‌-ଏଡ୍‌ ଆଦେଶର ଗୋଟିଏ କ୍ଲଜ୍‌କୁ ଅଧ୍ୟାପିକା ଲତା ନାୟକ ଓଡ଼ିଶା ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। କ୍ଲଜ୍‌ରେ ୧୯୯୪ ଗ୍ରାଣ୍ଟ-ଇନ୍‌-ଏଡ୍‌ ହାସଲ କରିବା ପାଇଁ ଯେଉଁ ଅଧ୍ୟାପକ ଓ ଶିକ୍ଷକମାନେ ପୂର୍ବରୁ କେସ୍‌ କରିଥିଲେ ସେମାନେ ମାମଲା ପ୍ରତ୍ୟାହାର କରି ନେବା ପାଇଁ କୁହାଯାଇଥିଲା। ଲତା ନାୟକଙ୍କ ମାମଲାରେ ହାଇକୋର୍ଟ ଏହି ସର୍ତ୍ତକୁ ଅସାମ୍ବିଧାନିକ ଓ ଆର୍ବିଟାରି ବୋଲି କହିଥିଲେ। ହାଇକୋର୍ଟଙ୍କ ଆଦେଶର ସ୍ପଷ୍ଟୀକରଣ ଲୋଡ଼ାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଅନ୍ୟପକ୍ଷରେ ଲତା ନାୟକଙ୍କ ମାମଲା ଆଧାରରେ ସୁପ୍ରିମକୋର୍ଟରେ ୫ଟି ଆବେଦନ ଦାଖଲ ହୋଇଥିଲା। ହେଲେ ୨୦୧୭ ନଭେମ୍ବର ୧୪ରେ ସୁପ୍ରିମକୋର୍ଟ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଏକାଧିକ ମାମଲାର ଫଇସଲା କରିଦେଇଥିବାରୁ ଆବେଦନଗୁଡ଼ିକୁ ଖାରଜ କରିଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କେବେ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର