ନୂଆଦିଲ୍ଲୀ: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ବାଲାଟ ପେପର ବ୍ୟବହାର କରିବା ପାଇଁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଦାୟର ହୋଇଥିିବା ଏକ ଜନସ୍ୱାର୍ଥ ମାମଲାକୁ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମ୍କୋର୍ଟ ଏ ନେଇ ନିର୍ବାଚନ କମିସନଙ୍କୁ କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେବା ସହିତ ଏହି ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି।
Supreme Court today rejected a PIL seeking a direction to the Election Commission of India (ECI) to hold 2019 General Election and state assembly polls with ballot system or papers instead of EVM (Electronic Voting Machines).
— ANI (@ANI) November 22, 2018
ସୂଚନାଯୋଗ୍ୟ ଯେ ନିର୍ବାଚନ ସମୟରେ ବିଶେଷ କରି ଆଗାମୀ ଲୋକସଭା ଓ ରାଜ୍ୟ ସଭା ନିର୍ବାଚନରେ ଇଭିଏମ(ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ) ବଦଳରେ ପୁଣି ଥରେ ବାଲାଟ ପେପର ପ୍ରଚଳନ କରିବା ପାଇଁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଇଭିଏମ ଦ୍ୱାରା ହେବା ନେଇ ସ୍ପଷ୍ଟ ହୋଇଯାଇଛି।