ସୁପ୍ରିମ୍ କୋର୍ଟରେ ସଞ୍ଜୀବ ଭଟ୍ଟଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ : ୨୨ ବର୍ଷ ପୁରୁଣା ଏନ୍‌ଡିପିଏସ୍‌ ମାମଲାରେ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କ ଗିରଫକୁ ଚାଲେଞ୍ଜ୍ କରାଯାଇ ସୁପ୍ରିମ୍ କୋର୍ଟରେ ହୋଇଥିବା ଏକ ଆବେଦନକୁ ଖାରଜ କରିଦିଆଯାଇଛି। ଭଟ୍ଟଙ୍କ ପତ୍ନୀ ଶ୍ବେତା ଭଟ୍ଟଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଏସ୍ କେ କୌଲ୍ ଏବଂ କେ ଏମ୍ ଯୋଶେଫ୍‌ଙ୍କ ଖଣ୍ଡପୀଠ ଖାରଜ କରିଦେବା ସହିତ ଏ ନେଇ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ତେବେ ଆବେଦନକାରୀ ଗୁଜରାଟ ହାଇକୋର୍ଟରେ ପିଟିସନ୍ କରିପାରିବେ ବୋଲି ଖଣ୍ଡପୀଠ ଦର୍ଶାଇଥିଲେ। ‌ଆବେଦନକାରୀ ଦର୍ଶାଇଥିଲେ ଯେ ରିମାଣ୍ଡରେ ଥିବା ସଞ୍ଜୀବ ଭଟ୍ଟଙ୍କୁ କୌଣସି ଦସ୍ତାବିଜରେ ଦସ୍ତଖତ କରିବାକୁ ଅନୁମତି ଦିଆଯାଉ ନାହିଁ କି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଦିଆଯାଉ ନାହିଁ। ଉଲ୍ଲେଖଯୋଗ୍ୟ, ୨୨ ବର୍ଷ ତଳେ ସଞ୍ଜୀବ ଭଟ୍ଟ ଜଣେ ଓକିଲଙ୍କ ବିରୋଧରେ ମିଥ୍ୟା‌ ଅଭିଯୋଗ ଆଣି ତାଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର