ନିଜକୁ ଜୟଲଳତାଙ୍କ ଝିଅ ବୋଲି ଦାବି କରୁଥିବା ମହିଳାଙ୍କ ଡିଏନ୍‌ଏ ଟେଷ୍ଟ୍‍ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳତାଙ୍କ ମୃତ୍ୟୁ ପରେ ଜଣେ ମହିଳା ନିଜକୁ ତାଙ୍କର ଜୈବିକ ପୁତ୍ରୀ ବୋଲି ଦାବି କରି ସୁପ୍ରିମ୍‌କୋର୍ଟରେ ଯେଉଁ ଡିଏନ୍‌ଏ ଟେଷ୍ଟ୍‍ ଅନୁମତି ଆବେଦନ କରିଥିଲେ ସୋମବାର ସର୍ବୋଚ୍ଚ ଅଦାଲତ ତାହାକୁ ଖାରଜ କରି ଦେଇଛନ୍ତି। ନିଜକୁ ଜୟଲଳତାଙ୍କ ଝିଅ ବୋଲି ପରିଚୟ ଦେଉଥିବା ଅମୃତା କୋର୍ଟଙ୍କୁ ଜୟଲଳିତାଙ୍କ ମୃତ ଶରୀରକୁ ମାଟି ତଳୁ କାଢ଼ି ତାଙ୍କର ଡିଏନ୍‌ଏ ପରୀକ୍ଷା କରିବା ଫାଇଁ ଦାବି କରିଥିଲେ।
ଅମୃତାଙ୍କ ପକ୍ଷରୁ ଲଢୁଥିବା ଓକିଲ ଇନ୍ଦିରା ଜୈସିଂ କହିଛନ୍ତି, ‘ପ୍ରତ୍ୟେକ ନାଗରିକର ସ୍ୱାଭିମାନର ସହ ବଞ୍ଚିବାର ଅଧିକାର ରହିଛି। ତାଙ୍କ ମହକିଲ  ଦିବଂଗତ ଜୟଲଳିତାଙ୍କୁ ଯଦି ନିଜର ଜୈବିକ ମା’ ବୋଲି ପରିଚୟ ଦାବି କରୁଛନ୍ତି, ଏଥିରେ କୋର୍ଟ ତାଙ୍କୁ ସହଯୋଗ କରନ୍ତୁ।’

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହା ଡିସେମ୍ବର ୫ ତାରିଖରେ ଜୟଲଳିତା ଚେନ୍ନାଇର ଆପୋଲ ହସ୍ପିଟାଲ୍‌ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏହାପରେ ଅମୃତା ନାମ୍ନୀ ମହିଳା ଆସି ନିଜକୁ ଜୟଲଳିତାଙ୍କ ଝିଅ ବୋଲି କହିଥିଲେ। ଅମୃତାଙ୍କ କହିବା କଥା ହେଲା ସେ ଯେତେବେଳେ ପିଲା ଥିଲେ ତାଙ୍କୁ ତାଙ୍କ ମାଉସୀ ଶୈଳଜା ନିଜ ପାଖକୁ ନେଇଯାଇଥିଲେ। ଜୟଲଳିତାଙ୍କ ମୃତ୍ୟୁ ପରେ ସେ ଜାଣିବାକୁ ପାଇଲେ ଯେ ବାସ୍ତବରେ ସେ ଜୟଲଳିତାଙ୍କ ଝିଅ ।

ସମ୍ବନ୍ଧିତ ଖବର