ସର୍ବସାଧାରଣରେ ଜାତିକୁ ନେଇ ଅପମାନସୂଚକ ଟିପ୍ପଣୀ ଦେଲେ ୫ ବର୍ଷ ଜେଲ

ନୂଆଦିଲ୍ଳୀ: ଅନୁସୂଚିତ ଜାତି ଓ ଜନଜାତମାନଙ୍କ ସମ୍ମାନର ସୁରକ୍ଷା ଲାଗି ସୁପ୍ରିମ୍‌କୋର୍ଟ ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏଣିକି ସର୍ବସାଧାରଣ ସ୍ଥାନରେ କୌଣସି ବ୍ୟକ୍ତି ସେମାନଙ୍କୁ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଲେ ଗିରଫ ହେବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ତେବେ ସେ ଫୋନ ଯୋଗେ ହୋଇଥାଉନା କାହିଁକି। ସୁପ୍ରିମକୋର୍ଟଙ୍କ ନିଦ୍ଦେଶାନୁସାରେ, ଫୋନରେ ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି)ର କୌଣସି ବି ବ୍ୟକ୍ତିଙ୍କୁ ତାଙ୍କର ଜାତିଗତ ତଥା ଜାତିକୁ ନେଇ କିଛି ଅପମାନିତ କରିବା ପରି କଥା କହିବା ଦଣ୍ଡନୀୟ ଅପରାଧ ହେବ। ଆଉ ଯଦି ଏଥିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ସର୍ବାଧିକ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ମଧ୍ୟ ହୋଇପାରେ।

ଉଲ୍ଳେଖଯୋଗ୍ୟ, ନିକଟରେ ଜଣେ ଅନୁସୂଚିତ ଜାତିର ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ସୁପ୍ରିମ୍‌କୋର୍ଟରେ ଏକ ମାମଲା ଚାଲିଥିଲା। ମହିଳା ଜଣଙ୍କୁ ଫୋନ ଯୋଗେ ଅଭିଯୁକ୍ତ ଜାତିଭିତ୍ତିକ ଅଶାଳୀନ ଭାଷା ପ୍ରୟୋଗ କରିଥିବାର ଅଭିଯୋଗ ହୋଇଥିଲା। ମାତ୍ର ଏହି ଅଭିଯୋଗକୁ ଅଭିଯୁକ୍ତ ଖଣ୍ଡନ କରିଥିଲେ। ଉପଯୁକ୍ତ ପ୍ରମାଣ ଅଭାବରୁ ମହିଳାଙ୍କ ଆବେଦନକୁ ଖାରଜ କରାଯାଇଥିଲା ଏବଂ ଅଭିଯୁକ୍ତ ଫୋନ୍‌ରେ ସେପରି କିଛି କହିନାହାନ୍ତି ବୋଲି ପ୍ରମାଣ ଦେବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର