ନୂଆଦିଲ୍ଲୀ : ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଆଜି ହାଥରାସ୍ ମାମଲାର ଶୁଣାଣି କରି ଏହି ମାମଲାକୁ ଅତି ଭୟାନକ ଏବଂ ବିସ୍ମୟଜନକ ବୋଲି କହିଛନ୍ତି। ସାମାଜିକ କର୍ମୀ ସତ୍ୟମ ଦୁବେ ଏବଂ ଅନ୍ୟମାନେ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ବାଧୀନ ଏକ ଖଣ୍ଡପୀଠ ଆଜି ଏହି ପିଆଇଏଲ୍ ଉପରେ ଶୁଣାଣି କରି ହାଥରାସ୍ ମାମଲା ଅତ୍ୟନ୍ତ ଭୟଙ୍କର ବୋଲି କହିଛନ୍ତି। ତେବେ ହାଥରାସ୍ ମାମଲାରେ ସାକ୍ଷୀ ଏବଂ ପୀଡ଼ିତା ପରିବାରର ସୁରକ୍ଷା ସଂକ୍ରାନ୍ତରେ କିଭଳି ପଦକ୍ଷେପ ଗ୍ରହଣ ହୋଇଛି ସେ ନେଇ ଅବଗତ କରିବାପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ପୀଡ଼ିତା ପରିବାର କୌଣସି ଆଇନଜୀବୀ ଠିକ୍ କରିଛନ୍ତି କି ନା' ସେନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।
ହାଥରସ୍ ମାମଲାରେ ସାକ୍ଷୀ ଏବଂ ପୀଡ଼ିତା ପରିବାରର ସୁରକ୍ଷା ପାଇଁ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସେନେଇ ଏକ ସତ୍ୟପାଠ ଅକ୍ଟୋବର ୮ ସୁଦ୍ଧା କୋର୍ଟରେ ଦାଖଲ କରିବା ପାଇଁ କୁହାଯାଇଛି। ତେବେ ଉକ୍ତ ମାମଲାରେ ତ୍ବରିତ ଏବଂ ନିରପେକ୍ଷ ତଦନ୍ତ ନେଇ କୋର୍ଟ ନିଶ୍ଚିତ କରାଇଛନ୍ତି। ସୁପ୍ରିମକୋର୍ଟରେ ଆଜି ୟୁପି ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ହାଜର ହୋଇଥିଲେ। ମେହଟା କହିଥିଲେ ଯେ, ଉକ୍ତ ମାମଲେରେ ଭିନ୍ନ ଭିନ୍ନ ଅପପ୍ରଚାର କରାଯାଉଛି। ଏହା ବନ୍ଦ ହେବା ଉଚିତ୍। କେବଳ ସିବିଆଇ ତଦନ୍ତ ଦ୍ବାରା ହିଁ ଏଭଳି ମିଛ ପ୍ରଚାର ବନ୍ଦ ହୋଇପାରିବ ବୋଲି ସେ କହିଥିଲେ। ଆଜି ୟୁପି ସରକାର ମଧ୍ୟ କୋର୍ଟରେ ହାଥରାସ୍ ମାମଲାରେ ସିବିଆଇ ତଦନ୍ତ ପାଇଁ କହିଥିଲେ। ସୁପ୍ରିମକୋର୍ଟଙ୍କ ପରିଚାଳନରେ ସିବିଆଇ ଉକ୍ତ ମାମଲାରେ ତଦନ୍ତ କରନ୍ତୁ ବୋଲି ଉତ୍ତରପ୍ରଦେଶ ସରକାର କୋର୍ଟରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/supreme-court.jpg)