ଆମେ ‘ମଣିଷ ଖିଆ ବାଘ’ ନୋହୁଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ରାଜ୍ୟମାନଙ୍କ ବକେୟା ମାମଲାଗୁଡ଼ିକ ସଂପର୍କରେ ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୌଣସି ରାଜ୍ୟ ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ, କାରଣ ଆମେ ମଣିଷ ଖିଆ ବାଘ ନୋହୁଁ ବୋଲି ଜଷ୍ଟିସ୍‌ ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଖଣି ଖନନ ସଂକ୍ରାନ୍ତ ଏକ ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି, ଆମେ ବାଘ ନୋହୁଁ କି ଆମକୁ ଡରିବା ଆବଶ୍ୟକ ନାହିଁ। ଏକ ଘରୋଇ ସଂସ୍ଥା ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଆଜି ଅଦାଲତରେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆନ୍ଧ୍ର ପ୍ରଦେଶରେ ବେଆଇନ ଖଣି ଖନନ ଅଭିଯୋଗ ଆଣି ପିଟିସନ ଦାଏର କରାଯାଇଛି। ଏଭଳି ସ୍ଥିତି ରାଜ୍ୟ ସରକାରଙ୍କ ଉପରେ ଅଯଥା ଚାପ ସୃଷ୍ଟି କରୁଛି। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର