ନୂଆଦିଲ୍ଲୀ: ସିବିଆଇ ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ସମ୍ମତି ବାଧ୍ୟତାମୂଳକ ଏବଂ ରାଜ୍ୟ ସରକାରଙ୍କ ବିନା ଅନୁମତି ବିନା କେନ୍ଦ୍ର, ଅନୁସନ୍ଧାନକାରୀ ସଂସ୍ଥାକୁ ଯାଞ୍ଚ ନିର୍ଦ୍ଦେଶ ଦେଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବେ ଯେଉଁ ରାଜ୍ୟକୁ ତଦନ୍ତ ପାଇଁ ଯିବାକୁ ଚାହିଁବେ ସେନେଇ ପ୍ରଥମେ ସେମାନଙ୍କୁ ଉକ୍ତ ରାଜ୍ୟସରକାରଙ୍କ ଅନୁମତି ନେବାକୁ ହେବ । ଆଜି ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।
aajtakସୂଚନା ମୁତାବକ, ଦିଲ୍ଲୀ ସ୍ପେଶାଲ ପୁଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୪୬ ଅଧିନରେ ସିବିଆଇ ପରିଚାଳିତ ହେଉଛି । ଏଥିରେ କୁହାଯାଇଛି ଯେ, କୌଣସି ମାମଲାର ଯାଞ୍ଚ ପୂର୍ବରୁ ମାମଲା ସହିତ ଜଡିତ ରାଜ୍ୟର ଅନୁମତି ନେବା ଜରୁରୀ । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତା ଭାଗବଣ୍ଟାରେ ପୁଲିସ ରାଜ୍ୟସରକାରଙ୍କ ଅଧିନରେ ରହିଛି । ସମସ୍ତ ମାମଲାର ପ୍ରଥମ ଯାଞ୍ଚର ଅଧିକାର ପୁଲିସ ପାଖରେ ରହିଛି । ହେଲେ ବେଳେ ବେଳେ କିଛି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଆବଶ୍ୟକ ପଡ଼ିଥାଏ । ଏହାକୁ ହୃଦୟଙ୍ଗମ କରି କେନ୍ଦ୍ରସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଥା’ନ୍ତି । ହେଲେ ଏବେ ସୁପ୍ରିମକୋର୍ଟ ଦେଇଥିବା ରାୟ ମୁତାବକ କେନ୍ଦ୍ରସରକାରଙ୍କ ଅନୁମତି ପରେ ରାଜ୍ୟସରକାରଙ୍କ ସହମତି ରହିଲେ ହିଁ ଉକ୍ତ ମାମଲାର ଯାଞ୍ଚ ସିବିଆଇ କରିପାରିବ । ଅନ୍ୟପଟେ କିଛିଦିନ ହେବ ବିଭିନ୍ନ ରାଜ୍ୟର ସରକାର ଅଭିଯୋଗ ଆଣୁଛନ୍ତି ଯେ, କେନ୍ଦ୍ରସରକାର ନିଜର ସ୍ୱାର୍ଥ ହାସଲ ପାଇଁ ସିବିଆଇକୁ ବ୍ୟବହାର କରୁଛନ୍ତି । ଏଭଳି ଅଭିଯୋଗ ଆଣି ମହାରାଷ୍ଟ୍ର, ଝାଡଖଣ୍ଡ, କେରଳ ଭଳି ୮ ଟି ରାଜ୍ୟ ସିବିଆଇକୁ ରାଜ୍ୟସରକାରଙ୍କ ବିନା ଅନୁମତିରେ ରାଜ୍ୟ ମଧ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ବିଧାନସଭାରେ ଏକ ବିଲ୍ ପାରିତ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/cbi-ctc19_Thumb.jpg)