ଗ୍ରିନ୍‌ ଟ୍ରାଇବୁନାଲ୍‌ ଆଦେଶକୁ ବିଚାରକୁ ନେଲେ ନାହିଁ ସୁପ୍ରିମ୍‌ କୋର୍ଟ; କହିଲେ, ତୁତିକୋରିନ୍‌ ଷ୍ଟେର୍‌ଲାଇଟ୍‌ ପ୍ଲାଣ୍ଟ୍‌ ଖୋଲି ହେବ ନାହିଁ

ନୂଆଦିଲ୍ଲୀ: ତାମିଲନାଡୁର ତୁତିକୋରିନ୍‌ ଠାରେ ଥିବା ଷ୍ଟେରାଇଲ୍‌ କାରଖାନା ବନ୍ଦ ରହିବ ବୋଲି ସୁପ୍ରିମ୍‌ କୋର୍ଟ ସୋମବାର ଦିନ କହିଛି। ଗ୍ରିନ୍‌ ଟ୍ରାଇବୁନାଲ୍‌ ଆଦେଶକୁ ବିଚାରକୁ ନ ନେଇ ଶୀର୍ଷ ଅଦାଲତ କହିଲେ ଯେ କାରଖାନା ଖୋଲିବା ନିମନ୍ତେ ଆଦେଶ ଦେବା ଟ୍ରାଇବୁନାଲ୍‌ର ସୀମା ବାହାରର କଥା।

କାରଖାନାକୁ ବନ୍ଦ କରିବା ନିମନ୍ତେ ତାମିଲନାଡୁ ସରକାରଙ୍କ ଆଦେଶ ବିରୁଦ୍ଧରେ ମାଡ୍ରାସ୍‌ ହାଇକୋର୍ଟକୁ ଯିବାକୁ ପ୍ଲାଣ୍ଟ୍‌ର ମାଲିକ ବେଦାନ୍ତ କମ୍ପାନିକୁ ଅଦାଲତ ନିର୍ଦେଶ ଦେଇଛନ୍ତି।

ଷ୍ଟେର୍‌ଲାଇଟ୍‌ ୟୁନିଟ୍‌ ବନ୍ଦ ହେବା ବିପକ୍ଷରେ ଗତ ବର୍ଷ ମେ ମାସରେ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ପୁଲିସ ଗୁଳି ଚଳାଇବାରୁ ୧୩ ଜଣ ପ୍ରତିବାଦକାରୀ ମୃତ୍ୟୁ ବରଣ କରିଥିଲେ। ଏହାର ଛଅ ଦିନ ପରେ ସେ କାରଖାନାକୁ ସବୁଦିନ ଲାଗି ବନ୍ଦ କରିବା ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ତାମିଲନାଡୁ ସରକାର ଆଦେଶ ଦେଇଥିଲେ।

ଗତ ଡିସେମ୍ବର ମାସ ୧୫ ତାରିଖରେ ଗ୍ରିନ୍‌ ଟ୍ରାଇବୁନାଲ୍‌ ସରକାରଙ୍କର ଏହି ଆଦେଶକୁ ଅଯର୍ଥାର୍ଥ କହି ଅଗ୍ରାହ୍ୟ କରି ଦେଇଥିଲା।

ସମ୍ବନ୍ଧିତ ଖବର