ନୂଆଦିଲ୍ଲୀ: ଆଗାମୀ ୨୦୧୯ ସାଧାରଣ ନିର୍ବାବଚନକୁ ଆଖିରେ ରଖି ପଶ୍ଚିମବଙ୍ଗରେ ‘ରଥଯାତ୍ରା’ ଜନସମାବେଶ ଆୟୋଜନ ପାଇଁ ଚେଷ୍ଟା ଚଳାଇଥିବା ବିଜେପିକୁ ଆଜି ସୁପ୍ରିମ୍ କୋର୍ଟ ଝଟ୍କା ଲାଗିଛି। ରଥଯାତ୍ରା ବାବଦ ପ୍ରସଙ୍ଗର ତ୍ବରିତ ଶୁଣାଣି ନିମନ୍ତେ ସୁପ୍ରିମ୍ କୋର୍ଟ ମନାକରିଦେଇଛନ୍ତି। କହିଛନ୍ତି, କୋର୍ଟର ସ୍ବାଭାବିକ କାର୍ଯ୍ୟସୂଚୀ ମୁତାବକ ମାମଲାର ଶୁଣାଣି କରାଯିବ। ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହାରିବା ପରେ ବିଜେପି ଏବେ ପୂର୍ବାଞ୍ଚଳ ରାଷ୍ଟ୍ର ଉପରେ ଗୁରୁତ୍ବ ଦେଉଥିବା ବେଳେ ସୁପ୍ରିମ୍ କୋର୍ଟରେ ରଥଯାତ୍ରା ଶୁଣାଣି ବିଳମ୍ବ ହେବାକୁ ନେଇ ଦଳ ଚିନ୍ତାରେ ପଡ଼ିଯାଇଛି। ରଥଯାତ୍ରା ଦ୍ବାରା ବିଜେପି ପଶ୍ଚିମବଙ୍ଗରେ ଗଣତନ୍ତ୍ର ସୁରକ୍ଷା ଅଭିଯାନ କରିଥାନ୍ତା। ୩ଟି ନିର୍ଦ୍ଦିଷ୍ଟ ଦିନରେ ଦଳ ୩ଟି ବିଶାଳ ଜନସମାବେଶ କରି ରାଜ୍ୟବାସୀଙ୍କ ମନ କିଣିଥାନ୍ତା।
ଗୋଟିଏ ପଟେ ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ବିଜେପି ବାରମ୍ବାର ତାରିଖ ସ୍ଥିର କରୁଥିବା ବେଳେ ରାଜ୍ୟର ମମତା ବାନାର୍ଜୀ ସରକାର ଏଥିରେ କଣ୍ଟା ସାଜିଛନ୍ତି। ବାରମ୍ବାର ଏଥିରେ ହସ୍ତକ୍ଷେପ କରି ମମତା ବାନାର୍ଜୀ ସରକାର ବିଜେପିର ‘ରଥଯାତ୍ରା’ ଯୋଜନାକୁ ଭଣ୍ଡୁର କରିବାରେ ଲାଗିଛନ୍ତି। ଉଭୟ ପକ୍ଷ ବାରମ୍ବାର କୋଲ୍କାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ଶେଷରେ ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ୍ ରାଜ୍ୟର ତୃଣମୂଳ କଂଗ୍ରେସ ସପକ୍ଷରେ ରାୟ ଦେଇଛନ୍ତି। ଡିଭିଜନ୍ ବେଞ୍ଚ୍ଙ୍କ ରାୟକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ ବିଜେପି ଆବେଦନ କରିଥିଲେ ସୁଦ୍ଧା ତ୍ବରିତ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ରାଜି ନହେବାରୁ ବିଜେପିର ଚିନ୍ତା ବଢ଼ିଯାଇଛି। ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ତୃଣମୂଳ କଂଗ୍ରେସକୁ ମାତ୍ ଦେଇ ବିଜେପି ବିଜୟ ହାସଲ କରିଥିଲା। ଏହା ତୃଣମୂଳ କଂଗ୍ରେସ (ଟିଏମ୍ସି) ପାଇଁ ଝଟ୍କା ଭଳି ଥିଲା। ଉଲ୍ଲେଖଯୋଗ୍ୟ, ହାଇକୋର୍ଟରେ ରାଜ୍ୟ ସରକାର ନିଜ ଯୁକ୍ତିରେ ଦର୍ଶାଇଥିଲେ ଯେ ବିଜେପି ଯେଉଁ ସ୍ଥାନରେ ରଥଯାତ୍ରା କରିବାକୁ ଚାହୁଛି, ତାହା ସାମ୍ପ୍ରଦାୟିକ ଦଙ୍ଗପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା।
ବିଜେପିକୁ ସୁପ୍ରିମ୍ କୋର୍ଟ ଝଟ୍କା
‘ରଥଯାତ୍ରା’ ପାଇଁ ତ୍ବରିତ ଶୁଣାଣିକୁ ନା
/sambad/media/post_attachments/wp-content/uploads/2018/12/bjp-bengal-rathjpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)