ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ଜଣେ ଆଇନଜୀବୀଙ୍କ ଉପରେ ବର୍ଷିଛନ୍ତି। ଏକ ମାମଲାର ଶୁଣାଣି ବେଳେ ଜଣେ ବରିଷ୍ଠ ଆଇନଜୀବୀ ଭିଡିଓ କନଫରେନ୍ସ ମାଧ୍ୟମରେ ଉପସ୍ଥିତ ହେବାରୁ ଜଷ୍ଟିସ ଅଜୟ ରସ୍ତୋଗୀ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ ଏହା ଗ୍ରହଣୀୟ ନୁହେଁ ବୋଲି କହିଥିଲେ।

Advertisment

ଖଣ୍ଡପୀଠ କହିଥିଲେ ଆମେ ଏକଥା ବୁଝିପାରୁନୁ ଯେ, ଆପଣ କୋର୍ଟକୁ କାହିଁକି ଆସୁନାହାଁନ୍ତି। ଆମେମାନେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ କୋର୍ଟରେ ବସୁଛୁ। କିନ୍ତୁ ଆପଣମାାନେ କୋର୍ଟରେ ଅନୁପସ୍ଥିତ ରହୁଛନ୍ତି। ଆଇନଜୀବୀ ଏଭଳି ଭାବେ କୋର୍ଟରେ ଅନୁପସ୍ଥିତ ରହିବା ଅଗ୍ରହଣୀୟ। ମାମଲାରେ ତର୍କ ରଖିବାପାଇଁ ଆଇନଜୀବୀଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ ପଡ଼ିବ। କିନ୍ତୁ ଆପଣଙ୍କ ଭଳି ଆଇନଜୀବୀ କେବଳ ୫ ମିନିଟ୍‌ ପାଇଁ ପରଦାକୁ ଆସୁଛନ୍ତି। ବିଭିନ୍ନ କାରଣ ପାଇଁ ଆପଣ ବହୁତ ବ୍ୟସ୍ତ ଆଇନଜୀବୀ। କିନ୍ତୁ ଏହା ଅଗ୍ରହଣୀୟ। ଆଇନଜୀବୀଙ୍କ ଭର୍ଚୁଆଲ ଉପସ୍ଥିତି ପାଇଁ କୋର୍ଟ ଆଜି ମାମଲାର ଶୁଣାଣି କରିନଥିଲେ। ‌

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦୨୦ରୁ ସୁପ୍ରିମକୋର୍ଟ ଭର୍ଚୁଆଲ ଭାବେ ମାମଲାର ଶୁଣାଣି କରୁଥିଲେ। କିନ୍ତୁ ପରିସ୍ଥିତି ସୁଧୁରିବା ସହ ପର୍ଯ୍ୟାୟକ୍ରମେ ଏହି କଟକଣା ମଧ୍ୟ କୋହଳ ହୋଇଛି।