ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ରୋହତକରେ ମହିଳାଙ୍କୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୭ ଜଣଙ୍କର ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି | ୨୦୧୫ ମସିହାରେ ଜଣେ ଭିନ୍ନକ୍ଷମ ନେପାଳୀ ମହିଳାଙ୍କୁ ଗଣଦୁଷ୍କର୍ମ ସହ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ହାଇକୋର୍ଟ ମୃତ୍ୟୁ ଦଣ୍ଡ ଦେଇଥିଲେ | ତେବେ ଅଭିଯୁକ୍ତମାନେ ସୁପ୍ରିମକୋର୍ଟରେ ଏ ନେଇ ଯାଚିକା ଦାୟର କରିଥିଲେ | ସୁପ୍ରିମକୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଦେଇଛନ୍ତି |

Advertisment

publive-image IBTimes India

୨୦୧୫ ମସିହା ଫେବୃୟାରୀ ୧ ରେ ଜଣେ ଦିବ୍ୟାଙ୍ଗ ନେପାଳୀ ମହିଳାଙ୍କୁ ସାତ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ | ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ଘଟଣାରେ ୭ ଜଣଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ରାୟ ଦେବା ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ | କୋର୍ଟ ଏହି ମାମଲାକୁ ସଙ୍ଗୀନ ଅପରାଧ .ବୋଲି କହିଥିଲେ |

ଏହି ଘଟଣାରେ ୮ ଜଣ ଅଭିଯୁକ୍ତ ଥିବା ବେଳେ ପୁଲିସ ୭ ଜଣଙ୍କୁ ଗିରଫ କରିଥିଲା ଓ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିଲା | ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିବା ସହ ପରବର୍ତ୍ତୀ ଶୁଣାଣିରେ ରାୟ ଘୋଷଣା ହେବ ବୋଲି କହିଛନ୍ତି |