ମେଡିକାଲ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧ ବଣ୍ଟନ ଉପରେ ନଜର ରଖିବାକୁ ଗଠନ ହେଲା ୧୨ଜଣିଆ ଜାତୀୟ ଟାସ୍କଫୋର୍ସ

ନୂଆଦିଲ୍ଲୀ: ଶନିବାର ଦିନ ସୁପ୍ରିମକୋର୍ଟ ଏକ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି, ଯାହା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମେଡିକାଲ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧ ବଣ୍ଟନ ଉପରେ ନଜର ରଖିବେ | ଏହି ଟିମ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ଜିନିଷର ଉପଲବ୍ଧତା ଉପରେ ନଜର ରଖିବା ସହ ଅଭାବ ଦେଖାଗଲେ ସମୟ ପୂର୍ବରୁ ସୂଚନା ଦେବେ |

Supreme Court Task Force To Look Into Oxygen Distribution Amid Covid
ndtv.com

ଏହି ଟାସ୍କଫୋର୍ସରେ ରହିବେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡାକ୍ତର ଭବତୋଶ ବିଶ୍ୱାସ ।
– ଡାକ୍ତର ଦେବେନ୍ଦ୍ର ସିଂ ରାଣା,ଚେୟାରମ୍ୟାନ୍, ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ, ସାର ଗଙ୍ଗାରାମ ହସ୍ପିଟାଲ, ଦିଲ୍ଲୀ |
– ଡାକ୍ତର ଦେବୀ ପ୍ରସାଦ ସେଟ୍ଟୀ, ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ନାରାୟଣ ସ୍ୱାସ୍ଥ୍ୟସେବା, ବେଙ୍ଗାଲୁରୁ |
– ଡାକ୍ତର ଗଗନଦୀପ କାଙ୍ଗ, ପ୍ରଫେସର, ଖ୍ରୀଷ୍ଟିଆନ ମେଡିକାଲ କଲେଜ, ଭେଲୋର, ତାମିଲନାଡୁ
– ଡାକ୍ତର ଜେଭି ପିଟର, ନିର୍ଦ୍ଦେଶକ, ଖ୍ରୀଷ୍ଟିଆନ ମେଡିକାଲ କଲେଜ, ଭେଲୋର, ତାମିଲନାଡୁ
– ମେଦାନ୍ତ ହସ୍ପିଟାଲ୍ ଏବଂ ହାର୍ଟ ଇନଷ୍ଟିଚ୍ୟୁଟର ଡାକ୍ତର ନରେଶ ତ୍ରେହାନ
– ଫୋରଟିସ ହସ୍ପିଟାଲର ଡାକ୍ତର ଡାକ୍ତର ରାହୁଲ ପଣ୍ଡିତ
– ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ସୌମିତ୍ର ରାୱତ
– ଆଇଏଲବିଏସର ଡାକ୍ତର ଶିବ କୁମାର ସରିନ ପ୍ରମୁଖ ଏହି ଟିମରେ ରହିବେ |

ସମ୍ବନ୍ଧିତ ଖବର