ପାଟନାପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪) କିଛି ଦିନ ତଳେ ଜୀବନ ହାରିଥିଲେ। ଏହି ମାମଲାରେ ଫେରାର୍‌ ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆଙ୍କୁ ଗିରଫ କରାଯାଇଥିବା ବେଳେ ଗତ ଶନିବାର ସେମାନଙ୍କୁ ଜାମିନ୍ ମିଳିଛି। ଏମଧ୍ୟରେ ଅତୁଲଙ୍କ ପରିବାର ଲୋକେ ନାତିର କଷ୍ଟଡି ପାଇଁ ସଂଘର୍ଷ କରୁଛନ୍ତି।  ଜୀବନ ହାରିବା ପୂର୍ବରୁ ପୁଅର କଷ୍ଟଡି ମୋ ମାତାପିତାଙ୍କୁ ମିଳୁ ବୋଲି ରେକର୍ଡ କରିଥିବା ଭିଡିଓରେ କହିଥିଲେ ଅତୁଲ। ହେଲେ ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ। ଅତୁଲଙ୍କ ପରିବାର ନାତିର କଷ୍ଟଡି ପାଇଁ ଆବେଦନ କରିଥିଲେ ବି ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି।

Advertisment

ମଙ୍ଗଳବାର ସୁପ୍ରିମକୋର୍ଟ ଅତୁଲ ସୁଭାଷଙ୍କ ମାଆଙ୍କ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ପିଲାଟିର ମା’ ଏବେ ବି ଜୀବିତ ଅଛନ୍ତି । ଅତୁଲଙ୍କ ମାଆଙ୍କୁ ପିଲାଟି ଭଲ ଭାବରେ ଜାଣିନାହିଁ। ସେ‌ କେବଳ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ସହ କଥା ହୋଇଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ କଷ୍ଟଡି ଦେବା ସମ୍ଭବ ନୁହେଁ। ଯଦି ଆପଣ ଚାହୁଁଛନ୍ତି ତେବେ ନାତିକୁ ଦେଖା କରିପାରିବେ।

କିଛି ଦିନ ତଳେ ନାତିର ପତ୍ତା ମିଳୁନଥିବାରୁ ଅତୁଲଙ୍କ ବାପା ପବନ ମୋଦୀ ଏନେଇ ପୁଲିସରେ ଅଭିଯୋଗ କରି ଜୀବନ ହାରିବାକୁ ଧମକ ଦେଇଥିଲେ। ସେ କହିଥିଲେ, "ମୁଁ ମୋ ନାତିଙ୍କୁ ଥରେ ଭିଡିଓ କଲ ମାଧ୍ୟମରେ ଦେଖିଥିଲି। ଅତୁଲ ଯିବା ପରେ ଆମକୁ ନାତି ବିଷୟରେ କିଛି ବି ଜଣାାନହିଁ। ମୁଁ ନାତିର ସୁରକ୍ଷାକୁ ନେଇ ଚିନ୍ତିତ ଅଛି। ଅତୁଲର ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆ ଗିରଫ ହେବା ପରଠୁ ନାତିର ପତ୍ତା ମିଳୁନି। କାହିଁକି ଆମକୁ ନାତିର ଠିକଣା ଦିଆଯାଉନାହିଁ। ସେ କେଉଁଠି ଓ କେମିତି ଅଛି ଆମକୁ ଜଣାନାହିଁ। ଯଦି ଆମକୁ ଆମ ନାତି ନମିଳେ ତେବେ ପୂରା ପରିବାର ଜୀବନ ହାରିବୁ।"